ହାଇଦ୍ରାବାଦ୍ : ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ହାଇଦ୍ରାବାଦ୍ର ଏକ ପରିବାର ପାଣିକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହି ଅଭାବନୀୟ ଘଟଣା ଗତ ସୋମବାର ଆଦିବାଟ୍ଲାରେ ଘଟିଛି। ଋଣରେ ଭାରାଗ୍ରସ୍ତ ହୋଇ କୁଦୁଶ୍ ପାସା(୩୭) ନିଜ ପତ୍ନୀ ଫାତିମା(୨୮)ଏବଂ ନିଜ ୯ ଏବଂ ୬ବର୍ଷର ଦୁଇ ଶିଶୁଙ୍କ ସହ କୁର୍ଲଗୁଡା ହ୍ରଦକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ତେବେ ପାଣିରେ ଡ଼େଇଁବା ପୂର୍ବରୁ ସେମାନେ ବିଷ ପିଇଥିବା ପୁଲିସ ସନ୍ଦେହ କରିଛି। ଆତ୍ମହତ୍ୟା କରୁଥିବାର ଦେଖି ସେଠାରେ ଥିବା ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ, ହେଲେ ଉଦ୍ଧାର ବେଳକୁ ଦମ୍ପତ୍ତି ଦୁହେଁ ଆଖିବୁଜି ସାରିଥିଲେ। ଉଦ୍ଧାରକାର୍ଯ୍ୟ ଜାରି ରଖି ପର ଦିନ ସକାଳୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ହାଇଦ୍ରାବାଦ: ଆର୍ଥିକ ସମସ୍ୟା ପାଇଁ ୨ ଶିଶୁଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି
/sambad/media/post_attachments/wp-content/uploads/2021/12/drowned_death_271221_1200.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)