ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ରହୁଥିବା ଏକ ଦମ୍ପତି ନିକଟରେ ଅନଲାଇନ ସାଇଟରୁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ସାମଗ୍ରୀ ଘରେ ପହଞ୍ଚିବା ପରେ ଦମ୍ପତି ସେଥିରୁ ଏକ ସାପ ବାହାରିଥିବା ଦେଖିବାକୁ ପାଇଥିଲେ।
ପେସାରେ ସପ୍ଟୱୟାର ଇଞ୍ଜିନିୟର ଥିବା ଦମ୍ପତି ଏହି ଘଟଣାର ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଦମ୍ପତିଙ୍କ କହିବାନୁସାରେ, ଆମେ ଦୁଇଦିନ ପୂର୍ବରୁ ଆମାଜନରୁ ଏକ ଏକ୍ସବକ୍ସ କଣ୍ଟ୍ରୋଲର ଅର୍ଡର କରିଥିଲୁ। ଏହି ଅର୍ଡର ଯେତେବେଳେ ଘରେ ପହଞ୍ଚିଥିଲା ଆମେ ତାହାକୁ ଖୋଲି ଦେଖିଲା ବେଳକୁ ସେଥିରୁ ଏକ ଜୀଅନ୍ତା ସାପ ବାହାରିଥିଲା।
ସଙ୍ଗେସଙ୍ଗେ ଉକ୍ତ ପ୍ୟାକେଟକୁ ଆମେ ଡେଲିଭରି ପାର୍ଟନରଙ୍କୁ ହସ୍ତାନ୍ତର କରି ଦେଇଥିଲୁ। ଆମେ ସରଜାପୁର ରୋଡରେ ବସବାସ କରୁ। ପୂରା ଘଟଣାକୁ କ୍ୟାମେରାରେ କୈଦ କରି ଦେଇଥିଲୁ। ଏଥିସହିତ ଏହି ଘଟଣାର ପ୍ରମାଣ ବି ଅଛି।’
ଗ୍ରାହକଙ୍କୁ ଜିନିଷ ପଠାଇଲା ବେଳେ ଆମାଜନର ଏତେ ବଡ଼ ଅବହେଳା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କାରଣ ସୌଭାଗ୍ୟବଶତଃ ସାପ ବାକ୍ସ ଭିତରେ ଲାଗିଥିବା ଅଠାରେ ଲାଖି ଯାଇଥିଲା। ଯେଉଁ କାରଣରୁ ଆମେ ବାକ୍ସ ଖୋଲିବା ପରେ ସେ ସେଥିରୁ ବାହାରି ପାରି ନଥିଲା। ଯଦ୍ବାରା ଆମକୁ ସାପା କୌଣସି ପ୍ରକାର ଆଘାତ ପହଞ୍ଚାଇ ପାରି ନଥିଲା। ତେଣୁ ଏହି ଘଟଣାର ସନ୍ତୋଷଜନକ ସମାଧାନ ହେବା ନିହାତି ଆବଶ୍ୟକ।
ଗ୍ରାହକଙ୍କ ଏହି ଅଭିଯୋଗ ଭିଡିଓ ଦେଖିବା ପରେ କମ୍ପାନି ପ୍ରତିକ୍ରିୟା ଦେଇ କହିଛି, ‘ଆମାଜନରୁ ହୋଇଥିବା ଅର୍ଡରରେ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖୀତ। ଆମେ ଏହାର ଯାଞ୍ଚ କରିବା ଉଚିତ। ଦୟାକରି ଗ୍ରାହକ ବିସ୍ତାର ସୂଚନା ଆମ ସହିତ ସେୟାର କରନ୍ତୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/b5ccfa0d-9cf1-41ca-a80e-d7efce086352.jpg)