ନୂଆଦିଲ୍ଲୀ : କାହାକୁ ସୁନା କି ହୀରା ଉପହାର ଦେବା ପୁରୁଣା ହୋଇଗଲାଣି। ଏବେ ପେଟ୍ରୋଲ, ରୋଷେଇ ଗ୍ୟାସ ଓ ପିଆଜ ପରି ସାମଗ୍ରୀ ଏତେ ଖର୍ଚ୍ଚବହୁଳ ହୋଇ ପଡ଼ିଛି ଯେ ସେଗୁଡ଼ିକୁ ଲୋକେ ଉତ୍ତମ ଉପହାର ଭାବେ ବିଚାରୁଛନ୍ତି। ଏହି କ୍ରମରେ ତାମିଲନାଡୁର ଏକ ବିବାହ ଉତ୍ସବରେ ନବଦମ୍ପତିଙ୍କୁ ବନ୍ଧୁବର୍ଗ କୌଣସି ଅଳଙ୍କାର କି ଅନ୍ୟାନ୍ୟ ବସ୍ତୁ ବଦଳରେ ପେଟ୍ରୋଲ୍ ଭର୍ତ୍ତି ଜାର୍, ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଓ ପିଆଜଗୁନ୍ଥା ମାଳ ଉପହାର ଦେବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ସଂପୃକ୍ତ ନିଆରା ଉପହାର ସମ୍ବଳିତ ବିବାହୋତ୍ସବର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।
ବିବାହ ଉପହାରରେ ଦମ୍ପତିଙ୍କୁ ମିଳିଲା ଏଲ୍ପିଜି ଗ୍ୟାସ, ପେଟ୍ରୋଲ ଓ ପିଆଜ
/sambad/media/post_attachments/wp-content/uploads/2021/02/weeding-gift.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)