ହନିମୁନରେ ପଠାଇ ବିଦେଶରେ ନବଦମ୍ପତିଙ୍କୁ ଫସାଇଦେଲେ ସମ୍ପର୍କୀୟା ମାଉସୀ

ମୁମ୍ବାଇ: ହନିମୁନ ପ୍ୟାକେଜରେ ନବଦମ୍ପତିଙ୍କୁ ପଠାଇଲେ ଆଉ ଡ୍ରଗ୍ସ ଚୋରା ଚାଲାଣ ଭଳି ସଙ୍ଗୀନ ମାମଲାରେ ବିଦେଶରେ ଫସାଇ ଦେଲେ ସମ୍ପର୍କୀୟା ମାଉସୀ | ସମ୍ପର୍କ-ଷଡଯନ୍ତ୍ରର ଏଭଳି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ ଯେଉଁଥିରେ ଆପଣ ଅନୁଭବ କରିପାରିବେ ଯେ ସାମାନ୍ୟ ଟଙ୍କା ପାଇଁ ସମ୍ପର୍କ ବି କିଭଳି ବଳିପଡିଯାଇପାରେ |

ସୂଚନା ମୁତାବକ ୨୦୧୯ରେ ମୁମ୍ବାଇର ଝିଅ ଓନିବା କୁରେଶି, ଶରିକ୍ କୁରେଶୀଙ୍କୁ ବିବାହ କରିଥିଲେ | ବିବାହ ପରେ ଶରିକଙ୍କ ମାଉସୀ ତବସୁମ୍ ସେମାନଙ୍କୁ କତାର ଯିବା ପାଇଁ ହନିମୁନ୍ ପ୍ୟାକେଜ୍ ଦେଇଥିଲେ | ଆଉ ମାଉସୀଙ୍କ ପାଖରୁ ଏଭଳି ଉପହାର ପାଇ ନବଦମ୍ପତି କତାର ମଧ୍ୟ ଯାଇଥିଲେ | କିନ୍ତୁ ସେଠାରେ ଥିବା ବିମାନବନ୍ଦରରେ ଯାଞ୍ଚ ସମୟରେ ସେମାନଙ୍କ ବ୍ୟାଗରୁ ୪ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଜବତ କରାଯାଇଥିଲା, ଏହା ପରେ କତାର କୋର୍ଟ ଦୁଇ ସ୍ୱାମୀ-ସ୍ତ୍ରୀଙ୍କୁ ୧୦ ବର୍ଷ ଦଣ୍ଡିତ କରିଥିଲେ। ମାଉସୀ ତବସୁମ, ଶରିକଙ୍କୁ ଏକ ବ୍ୟାଗ ଉପହାର ଭାବେ ଦେଇଥିଲେ | ଏହାକୁ ନେଇ ଯେତେବେଳେ ଶରିକ ମାଉସୀଙ୍କୁ ବ୍ୟାଗ ବାବଦରେ ପଚାରିଥିଲେ ସେତେବେଳେ ତବସୁମ ବ୍ୟାଗରେ ଖାଦ୍ୟପଦାର୍ଥ ଥିବାର କହିଥିଲେ |

photo-indiatv news

ତେବେ ୬ ଜୁଲାଇ ୨୦୧୯ ମସିହାରେ କତାର ବିମାନବନ୍ଦରରେ ଉଭୟଙ୍କୁ ଅଟକାଯାଇ ଯାଞ୍ଚ କରାଯିବାବେଳେ ମାଉସୀ ତବସୁମ୍ ଦେଇଥିବା ଏକ ବ୍ୟାଗରୁ ୪ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ମିଳିଥିଲା | ଆଉ ଦୋହା ପୁଲିସ ସେମାନଙ୍କୁ ଗିରଫ କରି ପାସପୋର୍ଟ ଜବତ କରିଦେଇଥିଲେ । ଏହା ପରେ ସେମାନଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଯାଇଥିଲା | ଉଭୟ ଜେଲରେ ଥିବାବେଳେ ୨୭ ସେପ୍ଟେମ୍ବର ୨୦୧୯ରେ, ଓନିବାଙ୍କ ପିତା ଶକିଲ ଅହମ୍ମଦ କୁରେଶି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଭେଟି ଏ ବାବଦରେ ଅଭିଯୋଗ କରିଥିଲେ | ଏହି ଅଭିଯୋଗ ପାଇବା ପରେ ଏନସିବି ଅନୁସନ୍ଧାନ କରି ଜାଣିପାରିଥିଲା ଯେ ତବସୁମ ଜଣେ ଡ୍ରଗ୍ସ ବେପାରୀ ହୋଇଥିବାବେଳେ ନବଦମ୍ପତିଙ୍କୁ ଫସାଇଦେଇଛନ୍ତି। ଆଉ ଏହା ପରେ ଏନସିବି ବର୍ତ୍ତମାନ ବୈଦେଶିକ ମନ୍ତ୍ରାଳୟ ମାଧ୍ୟମରେ ଖୁବ ଶୀଘ୍ର କତାରର ଦୋହା ଜେଲରୁ ଉଭୟଙ୍କୁ ମୁକ୍ତ କରି ଭାରତ ଆଣିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର