ନୂଆଦିଲ୍ଲୀ: ପ୍ରେମ ଅନ୍ଧ! ବୟସ, ଜାତି, ଧର୍ମ ଓ ବର୍ଣ୍ଣ କିଛି ଦେଖେ ନାହିଁ। କାହାକୁ କେତେ ବେଳେ ଭଲପାଇବା ହେଇଯାଏ କେହି ଜାଣିନାହାନ୍ତି । ଆଜିକାଲି ଦୁନିଆରେ ନିଜଠୁ ବଡ ବୟସ ବ୍ୟକ୍ତିଙ୍କୁ ବିବାହ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ବହୁ ସମୟରେ ସମାଜ ଏହାକୁ ଗ୍ରହଣ କରି ନଥାଏ । ଆଉ ଅନେକ କଥା ଶୁଣିବାକୁ ମିଳିଥାଏ।
ସୋସିଆଲ ମିଡ଼ିଆରେ ଏବେ ଏମିତି ଏକ ଦମ୍ପତିଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି। ଏହି ଦମ୍ପତିଙ୍କ ସୋସିଆଲ ମିଡିଆରେ 'ଶାଦି ସାଫିକ' ନାମରେ ଏକ ମିଳିତ ଆକାଉଣ୍ଟ ରହିଛି। ଦୁହିଁଙ୍କ ମଧ୍ୟରେ ବୟସ ବ୍ୟବଧାନ ବହୁତ ରହିଛି ଆଉ ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଟ୍ରୋଲ୍ ମଧ୍ୟ କରାଯାଇଛି । ସ୍ୱାମୀଙ୍କ ବୟସ ୬୫ ବର୍ଷ ହୋଇଥିବା ବେଳେ ସ୍ତ୍ରୀଙ୍କ ବୟସ ମାତ୍ର ୨୨ ବର୍ଷ ।
/sambad/media/post_attachments/wp-content/uploads/2023/02/A2-2.jpg)
ବୟସ ବ୍ୟବଧାନ ରହିଥିବାରୁ ତାଙ୍କୁ ଟ୍ରାଭେଲ କଲାବେଳେ କେମିତି ଅସୁବିଧା ସବୁ ସମ୍ମୁଖୀନ କରିବାକୁ ପଡିଥାଏ ସେସବୁ ସେମାନେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସ୍ୱାମୀଙ୍କ ବୟସ ନିଜଠାରୁ ୪୩ ବର୍ଷ ବଡ ହୋଇଥିବାରୁ ତାଙ୍କୁ ହୋଟେଲରେ ଏକାଠି ଏକ ପଲଙ୍କ ବିଶିଷ୍ଟ ରୁମ ମଧ୍ୟ ମିଳେନାହିଁ । ମହିଳା ଜଣଙ୍କ କହିଛନ୍ତି, ଯଦି ବି ସେମାନେ ଗୋଟିଏ ରୁମ ବୁକ କରିଥାନ୍ତି ଆଉ ଗୋଟିଏ ବେଡ ମାଗିଥାନ୍ତି ତଥାପି ତାଙ୍କ ପାଇଁ ଦୁଇଟି ବେଡ ଅଲଗା ଅଲଗା ମିଳିଥାଏ। ଭିଡିଓ ଅପଲୋଡ଼ କରି ଏହି ଦମ୍ପତି ନିଜର ଫୋଲର୍ସ ମାନଙ୍କୁ ନିଜର ଅସୁବିଧା କଥା ଜଣାଇଛନ୍ତି । ଏହି ଭିଡିଓରେ ଦେଖାଯାଉଛି କି ଦୁହେଁ ଅଲଗା ଅଲଗା ବେଡ଼ରେ ହାତ ଧରି ବସିଛନ୍ତି । ବର୍ତମାନ ଦୁହିଁଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ କିଛି ଲୋକ ଖୁବ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନାପସନ୍ଦ କରିଛନ୍ତି ।
Follow Us