ନୂଆଦିଲ୍ଲୀ: ଗୋଟିଏ ଦିନରେ ଏକ ପରିବାର ଭିନ୍ନ ଭିନ୍ନ ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି | ସକାଳେ ସ୍ୱାମୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ସନ୍ଧ୍ୟାରେ ପତ୍ନୀ ନିଜ ଝିଅ ସହ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିବା ଭଳି ଦୁଃଖଦ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁ ଚେନ୍ନାଇର ମୂଳ ଅଧିବାସୀ ୩୩ ବର୍ଷୀୟ ଭରତ ଏକ ଚା କମ୍ପାନୀରେ ମ୍ୟାନେଜର ଥିଲେ | ସେପ୍ଟେମ୍ବର ମାସରେ ଭରତ ନିଜ ପତ୍ନୀ ଓ ଝିଅ ସହ ନେପାଳର କାଠମାଣ୍ଡୁରୁ ଦିଲ୍ଲୀକୁ ବଦଳି ହୋଇ ଆସିଥିଲେ |

Advertisment

publive-image

ଭରତଙ୍କ ପତ୍ନୀ ଶିବରଂଜନି ଗୃହିଣୀ ଥିବାବେଳେ ତାଙ୍କର ଝିଅ ପାଠ ପଢୁଥିଲେ | ଶୁକ୍ରବାର ସକାଳ ୧୧ଟା ୩୦ ମିନିଟରେ ଭରତ ଜବାହାରଲାଲ ମେଟ୍ରୋ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ |

ଏହି ସୂଚନା ପାଇବା ପରେ ପତ୍ନୀ ଭାଙ୍ଗିପଡିଥିଲେ | ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟରେ ପତ୍ନୀ ଦଉଡି ଲଗାଇ ନିଜ ଝିଅ ସହ ଆତ୍ମହତ୍ୟା କରିଥିଲେ | ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିଲେ ବି ପୁଲିସ ଏବେ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି |