ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଏକ ଦମ୍ପତିଙ୍କ ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଚଳନ୍ତା ଟ୍ରେନରେ ଏହି ଦମ୍ପତି ଫୁଲମାଳ ଆଦାନ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି। ଏହି ଦମ୍ପତି ତାଙ୍କ ବିବାହ ଯାତ୍ରା ଆରମ୍ଭ କରିବା ମାତ୍ରେ ସେମାନଙ୍କ ଚାରିପାଖରେ ଆହୁରି ଅନେକ ଯାତ୍ରୀ ଏକାଠି ହୋଇଥିଲେ। ମାଳା ବଦଳ ପରେ କନ୍ୟା ବରକୁ ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ବ୍ୟକ୍ତି ଜଣକ ତାଙ୍କ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ଦେଇଥିଲେ। ସୋସିଆଲ ମିଡିଆରେ ଏହି ନିଆରା ବିବାହର ଭାଇରାଲ ଭିଡିଓକୁ ନେଇ ଅନେକ ଲୋକ କମେଣ୍ଟ କରିଛନ୍ତି। ଜଣେ ୟୁଜର ଟୁଇଟ୍ କରି ଲେଖିଛନ୍ତି, ‘ୟେ କୈସା ପ୍ୟାର୍ ହୈ?’। ଆସନସୋଲ-ଯଶିଡିହ ଟ୍ରେନ୍‌ରେ ଏହି ବିବାହ ହୋଇଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି।