କୋରିୟର କମ୍ପାନି ନାଁରେ ଆମାଜନରୁ ୧.୩ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ : ଯୁଗ ବଦଳିବା ସହ ଅପରାଧ ଘଟାଇବାର ତରିକା ମଧ୍ୟ ବଦଳିଛି । ସେହିଭଳିି ଏକ ଆଶ୍ଚର୍ଯ୍ୟଜନକ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଗତ ୫ ମାସ ହେବ କୋରିୟର କମ୍ପାନି ନାମରେ ୨୫ ବର୍ଷିୟ ଦର୍ଶନ ଆମାଜନ ରିଟେଲର ସାଇଟରୁ ୧.୩ କୋଟି ଟଙ୍କାର ଘୋଟଲା କରିଛନ୍ତି । ୧୦ମ ଶ୍ରେଣୀରୁ ପାଠ ଛାଡ଼ି ଏକ କୋରିୟର କମ୍ପାନି ସହ କାମ କରୁଥିବା ଦର୍ଶନ କାର୍ଡ଼ପେମେଣ୍ଟ ଆଳରେ ଏହି ଘଟଣା ଘଟାଇଛନ୍ତି ।

Indiatimes.com

ଘଟଣା ଅନୁଯାୟୀ , ଦର୍ଶନ ୧୦ମ ପାଠ ପଢ଼ିବା ଛାଡ଼ି ଏକଦନ୍ତ ନାମକ ଏକ କୋରିୟର କମ୍ପାନିରେ କାର୍ଯ୍ୟରତ ଥିଲେ । ଏଥିରେ କାମ କରୁଥିବା ସମୟରେ ଗତ ୫ ମାସ ମଧ୍ୟରେ ସେ ତାଙ୍କ ଚାରିଜଣ ସାଥୀଙ୍କ ସହ ମିଳିତ ଭାବେ ବିଭିନ୍ନ ସମୟରେ ଆମାଜନରୁ ୧.୩ କୋଟି ଟଙ୍କାର ଜିନିଷ ମାଗାଇଥିଲେ । ଏହି ସମୟରେ ସେ କାର୍ଡ଼ପେମେଣ୍ଟ କରିବେ କହି ଟଙ୍କା ଦେବାରେ ଘୋଟାଲା କରିଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ କୋରିୟର କମ୍ପାନିର ପେମେଣ୍ଟରେ ଏତେମାତ୍ରାରେ ଗଡ଼ବଡ଼ ଦେଖି ଆମାଜନ କମ୍ପାନିର ସନ୍ଦେହ ଜାତ ହୋଇଥିଲା । ବର୍ତ୍ତମାନ ଏକ ଟ୍ୟାବ ଅର୍ଡ଼ର କରିଥିବା ସମୟରେ ଦର୍ଶନଙ୍କର ଅପରାଧ ସାମ୍ନାକୁ ଆସିଥିଲା । ଘଟଣାଟି ସମ୍ନାକୁ ଆସିବା ପରେ ତାଙ୍କ ପାଖରୁ ୨୧ଟି ସ୍ମାର୍ଟଫୋନ , ଲାପଟପ୍‌ , ଆଇପ୍ୟାଡ଼ , ଆପଲର ଘଣ୍ଟା ଏବଂ ୪ ଟି ଗାଡ଼ି ଜବତ କରାଯାଇଛି। ତେବେ ଦର୍ଶନଙ୍କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ଚାରିଜଣ ସାଥୀ ନିଖୋଜ ଅଛନ୍ତି ।

ସମ୍ବନ୍ଧିତ ଖବର