ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଯେଉଁ ବୟାନଲାଗି ଗିରଫ ହୋଇଛନ୍ତି ପି. ଚିଦମ୍ବରମ, ସେହି ବିଷୟରେ ଇନ୍ଦ୍ରାଣୀଙ୍କୁ ପଚରାଉଚରା କରିବ ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଇଏନ୍ଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସିବିଆଇ ପଚରାଉଚରା କରିବ ବୋଲି ଜଣାଯାଇଛି। ସିବିଆଇକୁ ସ୍ବତନ୍ତ୍ର ଅଦାଲତ ଏଥିଲାଗି ଅନୁମତି ଦେଇଛନ୍ତି। ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ ୪୭ ବର୍ଷୀୟା ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସିବିଆଇ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଭିତରେ ପଚରାଉଚରା କରିପାରିବ। ସ୍ବତନ୍ତ୍ର ସିବିଆଇ ଜଜ୍ ଜେ ସି ଜଗଦଲେ ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସିବିଆଇ ଏବଂ ଇଡି ପକ୍ଷରୁ ବି କୁହାଯାଇଥିଲା ଯେ ଆଇଏନ୍ଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ବାମୀ ପିଟର ମୁଖାର୍ଜୀଙ୍କ ବୟାନ ଆଧାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗିରଫ କରାଯାଇଛି।

photo-oneindia

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିବା ତାଙ୍କପାଇଁ ଭଲ ଖବର ବୋଲି କିଛି ଦିନତଳେ ଇନ୍ଦ୍ରାଣୀ ମୁଖାର୍ଜୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ବୟାନ ଲାଗି ପି. ଚିଦମ୍ବରମ ଗିରଫ ହୋଇଛନ୍ତି। ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ଏବଂ ଇଡିକୁ ଜେରା ବେଳେ କହିଥିଲେ କି ଆଇଏନ୍ଏକ୍ସ ମିଡିଆର ମଂଜୁରି ବେଳେ ପି. ଚିଦମ୍ବରମ ତାଙ୍କ ପୁଅ କାର୍ତ୍ତୀ ଚିଦମ୍ବରମଙ୍କୁ ତାଙ୍କ ବ୍ୟବସାୟରେ ସହାୟତା କରିବାକୁ କହିଥିଲେ।

A special court allowed the CBI to question Indrani Mukerjea, jailed for allegedly killing her daughter, in connection with INX Media corruption case. (Photo by Bhushan Koyande/HT)
photo-hindustantimes

ସୂଚନାଯୋଗ୍ୟ ଯେ ସଂପ୍ରତି ଇନ୍ଦ୍ରାଣୀ ମୁଖାର୍ଜୀ ନିଜ ଝିଅ ଶୀନା ଭୋରାଙ୍କ ହତ୍ୟା ମାମଲାରେ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର