ବେଙ୍ଗାଲୁରୁ: ସୋମବାର ଦିନ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ସେ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ଏମ୍ୟୁଡିଏ) ଜମି ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟପାଳଙ୍କ ବିରୋଧରେ ମାମଲା ରୁଜୁ କରିବାର ଆଇନଗତତାକୁ ଚ୍ୟାଲେଞ୍ଜ କରିଥିଲେ।
ବିଚାରପତି ଏମ ନାଗପ୍ରସାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ସିଦ୍ଧରମୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ୍ ପୂର୍ବରୁ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରମୟାଙ୍କୁ ଏମ୍ୟୁଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ କେନ୍ଦ୍ର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତା’ପରେ ତାହାକୁ ସିଦ୍ଧରମୟା ତାହାକୁ ଚ୍ୟାଲେଞ୍ଜ୍ କରିଥିଲେ। ସେହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ରାଜ୍ୟପାଳ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ। ଏମ୍ୟୁଡିଏ ମାମଲାରେ ସିଦ୍ଧରମୟାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ତିନିଜଣ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମ, ସ୍ନେହମଇ କୃଷ୍ଣା ଏବଂ ପ୍ରଦୀପ କୁମାର ଏସପି ଅଭିଯୋଗ କରିବା ପରେ ଏହି ବିବାଦ ଘନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/SawPssyFxuVmXt4Mys3q.jpg)
