ମେଜର ଗୋଗୋଇଙ୍କ ବିରୋଧରେ କୋର୍ଟ ମାର୍ସାଲ ପ୍ରକ୍ରିୟା ଶେଷ, ଖୁବଶୀଘ୍ର ଦଣ୍ଡ ଘୋଷଣା

ଶ୍ରୀନଗର : ସେନାର ବାରଣ ସତ୍ତ୍ୱେ ସ୍ଥାନୀୟ ଲୋକଙ୍କ ସହ ମିଳାମିଶା ଏବଂ ଅଭିଯାନ ଚାଲିଥିବା ଅଞ୍ଚଳରେ ଡିୟୁଟି ସ୍ଥାନରୁ ବାହାରକୁ ଯିବା କାରଣରୁ ମେଜର ଲିଟୁଲ ଗୋଗୋଇଙ୍କ ବିରୋଧରେ ଚାଲିଥିବା କୋର୍ଟ ମାର୍ସାଲ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି ଓ ଦଣ୍ଡବିଧାନ ବାବଦରେ ତାଙ୍କୁ ଡିମୋସନ ବା ପଦରେ ଅବନିତି କରାଯିବାର ସମ୍ଭାବନା ରହିଛି । ସେ ନିଜର ବରିଷ୍ଠତା ହରାଇପାରନ୍ତି ।

ତାଙ୍କ ସହିତ ତାଙ୍କ ଡ୍ରାଇଭର ସମୀର ମାଲାଙ୍କ ବିରୋଧରେ ମଧ୍ୟ  କୋର୍ଟ ମାର୍ସାଲ କାର୍ଯ୍ୟାନୁଷ୍ଠାନ ଶେଷ ହୋଇଛି । ତାଙ୍କୁ ମଧ୍ୟ ଦଣ୍ଡିତ କରାଯିବ । ଖୁବଶୀଘ୍ର ସେନା ପକ୍ଷରୁ ଏହି ଦୁଇଜଣଙ୍କ ପ୍ରତି ଦଣ୍ଡ ଘୋଷଣା କରାଯିବ ।

ମେ ୨୩ ତାରିଖ ଦିନ ଶ୍ରୀନଗରର ଏକ ହୋଟେଲ୍‌ରୁ ଜଣେ ସ୍ଥାନୀୟ ଯୁବତୀଙ୍କ ସହ ମେଜର୍‌ ଗୋଗୋଇଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ଅଟକ ରଖିଥିଲା। ହୋଟେଲ୍‌ରେ ସେ ଉକ୍ତ ଯୁବତୀଙ୍କ ସହ କଜିଆ କରୁଥିଲେ ବୋଲି କୁହାଯାଉଥିଲା । ଜମ୍ମୁ ଓ କଶ୍ମୀରର ଶ୍ରୀନଗର ହୋଟେଲ୍‌ରୁ ଜଣେ ମହିଳାଙ୍କ ସହ ଗିରଫ ହେବା ପରେ ମେଜର୍‌ ଗୋଗୋଇ ନୂଆ ବିବାଦ ଆରମ୍ଭ କରିଥିଲେ। ସେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବ ବୋଲି ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ ପ୍ରତିଶ୍ରୁତି ଦେବା ପରେ ପରେ ମେଜର୍‌ ଗୋଗୋଇଙ୍କ ବିରୋଧରେ କୋର୍ଟ ଅଫ୍‌ ଇନ୍‌କ୍ୱାରି ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର