କୋଲକାତା : କ୍ରିକେଟର ମହମ୍ମଦ ସାମି ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ମାସିକ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବେ। କୋଲକାତାର ଏକ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଡାହାଣ ହାତୀ ପେସ୍ ବୋଲର ସାମିଙ୍କ ବିରୋଧରେ ହସିନ ଜହାଁ ୪ ବର୍ଷ ପୂର୍ବେ ଏକାଧିକ ଅଭିଯୋଗ ଆଣିଥିଲେ। ଏହାର ବିଚାର ଅଦାଲତରେ ଚାଲିଥିଲା। ଆଲିପୁର କୋର୍ଟର ବିଚାରପତି ଅନିନ୍ଦିତା ଗାଙ୍ଗୁଲି ଆଜି ସାମିଙ୍କୁ ମାସିକ ୫୦ ହଜାର ଟଙ୍କା ଭରଣପୋଷଣ ବାବଦରେ ହସିନଙ୍କୁ ଦେବାପାଇଁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।
ତେବେ ୨୦୧୮ରେ ହସିନ ସାମିଙ୍କ ଠାରୁ ମାସିକ ୧୦ ଲକ୍ଷ ଟଙ୍କାର ଅର୍ଥରାଶି ପାଇବା ଲାଗି ଦାବି କରିଥିଲେ। ଏଥିରୁ ସେ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ବାବଦରେ ୭ ଲକ୍ଷ ଟଙ୍କା ଏବଂ ଦୁଇ ଝିଅଙ୍କର ଭରଣପୋଷଣ ବାବଦରେ ୩ ଟଙ୍କା ଟଙ୍କା ଦାବି କରିଥିଲେ। ତେଣୁ ହସିନ ଅଧିକ କ୍ଷତିପୂରଣ ପାଇବା ପାଇଁ ଉଚ୍ଚ ଅଦାଲତକୁ ଯାଇପାରନ୍ତି। ସାମିଙ୍କ ବିରୋଧରେ ହସିନ ପରକୀୟା ପ୍ରୀତି ଓ ଘରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଯାଦବପୁର ଥାନାରେ କରିଥିଲେ।