ନିର୍ବାଚନ ଲଢ଼ିବ ହାଫିଜ, ଅଦାଲତ ଅନୁମତି ମିଳିଲା

ଇସଲାମାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ ସୟିଦ ଆଗକୁ ୨୦୧୮ ସାଧାରଣ ନିର୍ବାଚନ ଲଢ଼ିପାରିବ। ହାଫିଜ୍‌ର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍‌ (ଏମଏମଏଲ)କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାପାଇଁ ଆଜି ଇସଲାମାବାଦ୍‌ ହାଇକୋର୍ଟ ନିର୍ବାଚନ କମିସନ୍‌ (ଇସି) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହାଫିଜର ଏମଏମଏଲ୍‌କୁ ଏକ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାପାଇଁ ନିର୍ବାଚନ କମିସନ ମନା କରିଦେଇଥିବାବେଳେ ଆଜି ଇସଲାମାବାଦ୍‌ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେବାପରେ ହାଫିଜ୍‌ର ରାଜନୈତିକ ଦଳ ପାକିସ୍ତାନରେ ୨୦୧୮ ସାଧାରଣ ନିର୍ବାଚନ ଲଢ଼ିବାପାଇଁ ପଥ ପରିସ୍କାର ହୋଇଗଲା। ଉଲ୍ଲେଖଯୋଗ୍ୟ ଗତବର୍ଷ ଡିସେମ୍ବର ମାସରେ ହାଫିଜ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ତା’ ଦଳର ଅଫିସ ଖୋଲିିଥିଲା। ଗତବର୍ଷ ହାଫିଜ ନିଜ ଦଳକୁ ଏକ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାପାଇଁ ଆବେଦନ କରିଥିଲେ ମଧ୍ୟ ଇସି ଏହାର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସମ୍ବନ୍ଧିତ ଖବର