ନୂଆଦିଲ୍ଲୀ: ମାଂସ ରପ୍ତାନୀକାରୀ ମୋଇନ କୁରେଶିଙ୍କ ବିରୋଧରେ ୨୦୧୭ରେ ଯେଉଁ ଲାଞ୍ଚ ମାମଲା ରୁଜୁ ହୋଇଥିଲା ସେ ବାବଦରେ ସିବିଆଇ ପୂର୍ବତନ ନିର୍ଦ୍ଦେଶକ ରଂଜିତ ସିହ୍ନା, ଏପି ସିଂହ ଏବଂ ଆଲୋକ ବର୍ମାଙ୍କୁ କାହିଁକି ଜେରା କରାଯାଇନାହିଁ ବୋଲି ଦିଲ୍ଲୀର ଏକ ଅଦାଲତ ଆଜି ସିବିଆଇକୁ ପ୍ରଶ୍ନ କରିଛନ୍ତି। ଏଫ୍ଆଇଆର୍ରେ ସିବିଆଇ ଦର୍ଶାଇଥିଲା ଯେ କୁରେଶି ଜଣେ ମାଂସ ବେପାରୀ ହେବା ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଜଣେ ଦଲାଲ ଭାବେ କାମ କରୁଥିଲେ । କୁରେଶି ଏପି ସିଂହଙ୍କ ପାଇଁ ମଧ୍ୟ କେତେକ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନେିଥିଲେ। ଏପି ସିଂହ ୨୦୧୨ରେ ସିବିଆଇ ମୁଖ୍ୟ ଭାବେ ଅବସର ନେଇଥିଲେ। ସିବିଆଇ ଏହି ମାମଲାରେ ଏତେ ଢିଲା ନୀତି କାହିଁକି ଧରିଛି ଏବଂ ନିଜର ପୂର୍ବ ଅଧିକାରୀଙ୍କୁ ଜେରା ନକରିବାର କାରଣ କ’ଣ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଏପି ସିଂହ ଏବଂ ରଂଜିତ ସିହ୍ନାଙ୍କ ଭୂମିକା ତଦନ୍ତ ପରିସରଭୁକ୍ତ ଥିବା ବେଳେ ସିବିଆଇ ଏହି ମାମଲାରେ ନିଷ୍କ୍ରିୟ ରହିପାରିବ ନାହିଁ ବୋଲି ସିବିଆଇ ଅଦାଲତ ସ୍ପଷ୍ଟ କରିଛନ୍ତି।
ମାଂସ ବେପାରୀ ମୋଇନ୍ କୁରେଶି ମାମଲାରେ ଅଦାଲତଙ୍କ ପ୍ରଶ୍ନ, ୩ ପୂର୍ବତନ ସିବିଆଇ ମୁଖ୍ୟଙ୍କୁ ଜେରା ହୋଇନାହିଁ କାହିଁକି?
/sambad/media/post_attachments/wp-content/uploads/2020/09/fg7j987dg7jdg987j98j798gjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)