ରାମରହିମଙ୍କ ପାରୋଲ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମରହିମଙ୍କ ପାରୋଲ ଆବେଦନକୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମଙ୍ଗଳବାର ଖାରଜ କରି ଦେଇଛନ୍ତି। ଏହି ଆବେଦନ ଗୁରମିତ ରାମରହିମଙ୍କ ପତ୍ନୀ ହରଜିତ କୌର ରୁଜୁ କରିଥିଲେ। ରାମରହିମ ରୋହତକର ସୁନାରିଆ ଜେଲରେ ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଦୋଷୀସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି।

ରାମରହିମଙ୍କ ପତ୍ନୀ ହରଜିତ କୌର ଚଳିତ ମାସ ଆରମ୍ଭରେ କୋର୍ଟକୁ ଆବେଦନ କରି କହିଥିଲେ, ତାଙ୍କ ମା’ ଅସୁସ୍ଥ ଅଛନ୍ତି। ସେ ରାମରହିମଙ୍କ ଉପସ୍ଥିତିରେ ଚିକିତ୍ସା କରିବାକୁ ଚାହୁଁଛନ୍ତି।

ଏହାପୂର୍ବରୁ ଗୁରୁମୀତ ରାମ ରହିମ ଜୁନ୍‌ ମାସରେ ହରିୟାଣାର ଶିର୍ସାରେ ଥିବା ନିଜ ଜମିରେ ଚାଷ କରିବା ପାଇଁ କୋର୍ଟଙ୍କୁ ପାରୋଲ ଆବେଦନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହାକୁ ଫେରାଇ ନେଇଥିଲେ। ବିଭିନ୍ନ ଅପରାଧିକ ମାମଲା ତଥା ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇ ବିବାଦୀୟ ଧର୍ମଗୁରୁ ଗୁରୁମୀତ ରାମ ରହିମ ଏବେ ସ୍ଥାନୀୟ ସୁନାରିଆ ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। ୨୦୧୭ରେ ଗୁରୁମୀତ ରାମ ରହିମଙ୍କୁ ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ନେଇ ୨୦ବର୍ଷ ଜେଲଦଣ୍ଡର ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର