ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଗିରଫଦାରୀରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସକୁ ତାଙ୍କୁ ହେପାଜତରେ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେଡକର ୟୁନିୟନ୍‌ ପବ୍ଲିକ୍‌ ସର୍ଭି କମିସନ୍‌ (ୟୁପିଏସସି) ପରୀକ୍ଷା ପାଥଇଁ ଆବେଦନ କରିଥିବା ଫର୍ମରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହେବା ପରେ ବିବାଦରେ ରହିଛନ୍ତି।

Advertisment

ପୂଜା ଖେଡକରଙ୍କ ଜାମିନ ଆବେଦନ କରିଥିବା ଶୁଣାଣି ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ ଖେଡକର ତାଙ୍କର ନାମ, ପିତାମାତାଙ୍କ ନାମ, ଫଟୋଗ୍ରାଫ୍, ଦସ୍ତଖତ, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଏବଂ ଠିକଣା ବଦଳାଇବା ଆଦି ପରିବର୍ତ୍ତନ କରି ତଥ୍ୟ ଜମା କରିଥିବା ଅଭିଯୋଗ ହୋଇଥିଲା

ଏହି କାରଣରୁ  ୟୁପିଏସସି ତାଙ୍କ ବିରୋଧରେ ପୁଲିସ ମାମଲା ଦାୟର କରିଥିଲା। ​​ଯାହା ଦ୍ବାରା ଜୁଲାଇ ୩୧ ତାରିଖରେ ତାଙ୍କ ପ୍ରାର୍ଥୀପତ୍ର ବାତିଲ ହୋଇଯାଇଥିଲା। ଏହାପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଖେଡକରଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ।

ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରି ଡକ୍ୟୁମେଣ୍ଟ ଏବଂ ପ୍ରମାଣ ସଂଗ୍ରହ କରିଥିଲା ​​ଏବଂ ଏହି ଘଟଣାରେ ଯୋଗଦେବା ପାଇଁ ଖେଡକରଙ୍କୁ ନୋଟିସ୍ ପଠାଇବ ବୋଲି ଆଶା କରାଯାଉଥିଲା। ଓକିଲ ବୀଣା ମାଧବନଙ୍କ ନେତୃତ୍ୱରେ ଖେଡକରଙ୍କ ଆଇନଗତ ଦଳ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କୁ ଏହି ଅଭିଯୋଗର ଜବାବ ଦେବାର ସୁଯୋଗ ଦିଆଯିବା ଉଚିତ।