ପାଟନା: ୪ ମାସ ଶିଶୁ ପାଇଁ ପ୍ରମାଣ ଥିବା ସତ୍ତ୍ୱେ ଜଣେ ନାବାଳକକୁ ଅପହରଣ ଭଳି ସଙ୍ଗୀନ ମାମଲାରୁ ମୁକ୍ତ କରିଛନ୍ତି କୋର୍ଟ | ବିହାରର ନାଳନ୍ଦା ଜିଲ୍ଲାର ବିହାରଶରିଫରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି | ଅଦାଲତଙ୍କ ରାୟ ପ୍ରକାଶ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ଏପ୍ରିଲ ୨୦୧୯ ମସିହାରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ ଯେ ଜଣେ ୧୭ ବର୍ଷୀୟ ନାବାଳକ ତାଙ୍କ ଝିଅକୁ ଅପହରଣ କରି ନେଇଯାଇଛନ୍ତି | ନାବାଳିକାଙ୍କ ବାପା ନାବାଳକ ଓ ତାଙ୍କ ପରିବାର ନାମରେ ଥାନାରେ ଅଭିଯୋଗ କରିଥିଲେ |
ପରେ ପୁଲିସ ଅଗଷ୍ଟ ୨୦୧୯ରେ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରି ନାଳନ୍ଦା ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଥିଲା | ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନାଳନ୍ଦା ସୁଧାର ଗୃହକୁ ପଠାଇଦେଇଥିଲେ | ତେବେ ନାବାଳିକାଙ୍କ ବୟସ ବର୍ତ୍ତମାନ ୧୮ ବର୍ଷ ଓ ନାବାଳକଙ୍କ ବୟସ ବର୍ତ୍ତମାନ ୧୯ ବର୍ଷ ହୋଇଥିବାରୁ ଓ ସେମାନଙ୍କର ୪ ମାସର ଶିଶୁଟିଏ ଜନ୍ମ ହୋଇଥିବାରୁ ଦୁହିଁଙ୍କୁ ମିଳିତ ଭାବେ ରହିବାକୁ ଅନୁମତି ଦେଇଛନ୍ତି | କୋର୍ଟ ନିଜ ନିଷ୍ପତ୍ତି ଶୁଣାଇ ରାୟ ଦେଇଛନ୍ତି ଯେ ନାବାଳକ ବାପାଙ୍କୁ ମାମଲାରୁ ମୁକ୍ତ କରିଦିଆଯାଇଛି |
ତେବେ କୋର୍ଟଙ୍କ ଏଭଳି ରାୟ ପଛରେ ଏକ ମାନବୀୟ କାହାଣୀ ଲୁଚି ରହିଛି | କାରଣ କୋର୍ଟ ନାବାଳକ ବାପାଙ୍କ ନାମରେ ମାମଲା ଚାଲିଲେ ଏହା ୪ ମାସର ଶିଶୁ ଉପରେ ପ୍ରଭାବ ପକାଇପାରେ | ତେଣୁ କୋର୍ଟ ନାବାଳକଙ୍କ ଉପରୁ ଅପହରଣ ମାମଲା ହଟାଇ ଲିଭ ଇନ ପାର୍ଟନର ଭଳି ରହିବାକୁ ଅନୁମତି ଦେଇଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Minor-Released-From-Penalty_Thumbnail.jpg)