ଜାମିନ୍‌ ପାଇଁ ଅଭିଯୁକ୍ତ ଆଗରେ ଅଜବ ସର୍ତ୍ତ ରଖିଲେ ଅଦାଲତ,ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୋଗା : ପଞ୍ଜାବର ମୋଗାରେ ଥିବା ଜିଲ୍ଲା ଅଦାଲତ ଜଣେ ଅଭିଯୁକ୍ତକୁ ଜାମିନ୍‌ ଦେବା ପାଇଁ ରଖିଥିବା ସର୍ତ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଇକ୍‌ ଚୋରି କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଥିବା ବେଳେ ସଜା ଶୁଣାଇବା ପରିବର୍ତ୍ତେ ଏକ ଅଜବ କାମ କରିବାକୁ କହିଥିଲେ ବିଚାରପତି । ଜାମିନ୍‌ ଦେବା ବଦଳରେ ସେ ଅଭିଯୁକ୍ତକୁ ନର୍ସରୀରୁ ଦୁଇଟି ଗଛ ଆଣି ଲଗାଇବାକୁ କହିଥିଲେ । ଏହା ସହ ନର୍ସରିରୁ ଦୁଇଟି ଗଛ କିଣି ଲଗାଇବା ପରେ ତା’ର ଫଟୋ ସହ ଗଛ କିଣାର ବିଲ୍‌ର ଫଟୋ ଦେବା ପାଇଁ ବିଚାରପତି କହିଥିଲେ ।

Center for Immigration Studies

ବିଚାରପତିଙ୍କ ଏହି ରାୟ ବିଷୟରେ ଖବର ପ୍ରସାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୂଚନା ମୁତାବକ, ମୋଗାରେ ରହୁଥିବା କୁଲ୍‌ବିନ୍ଦର ସିଂ ବାଇକ୍‌ ଚୋରି ମାମଲାରେ ଜେଲ ଯାଇଥିଲେ। ଜାମିନ ପାଇଁ ନିଜ ଓକିଲଙ୍କ ଜରିଆରେ କୁଲ୍‌ବିନ୍ଦର ଅଦାଲତକୁ ଆବେଦନ କରିବା ପରେ ଜୁଲାଇ ୧୦ରେ ଏହାକୁ ନେଇ ଶୁଣାଣି କରାଯାଇଥିଲା । ବିଚାରପତି ସୁପିନ୍ଦର ସିଂ କୁଲ୍‌ବିନ୍ଦରଙ୍କ ଜାମିନ ଅବେଦନକୁ ଗ୍ରହଣ କରିବା ସହ ଜାମିନ୍‌ ଦେବା ପାଇଁ କିଛି ସର୍ତ୍ତ ରଖିଥିଲେ । କୌଣସି ବି ସାର୍ବଜନୀକ ସ୍ଥାନରେ ଦୁଇଟି ଗଛ ଲଗାଇବାକୁ ଆଦେଶ ଜୁଲାଇ ୧୭ ସୁଦ୍ଧା ପ୍ରମାଣ ଦେବା ପାଇଁ କହିଥିଲେ । ଅଦାଲତର ନିଷ୍ପତ୍ତିି ମାନି କଲ୍‌ବିନ୍ଦର ନିଜ ଗାଁରେ ଦୁଇଟି ଗଛ ଲଗାଇବା ସହ ନର୍ସରିରୁ ୨୦୦ଟଙ୍କାର ବିଲ୍‌ ନେଇ ଅଦାଲତରେ ଦେଇଥିଲେ । ଯାହା ପରେ କୁଲ୍‌ବିନ୍ଦରଙ୍କୁ ଜାମିନ ମିଳିଥିଲା । ଜାମିନ୍‌ ଦେବା ପାଇଁ ଅଦାଲତ କରିଥିବା ଏହି ପ୍ରୟାସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର