କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ସ୍ୱତନ୍ତ୍ର ଅଦାଲତରେ ହାଜର ହେବାକୁ ମିଳିଲା ନୋଟିସ, ଅକ୍ଟୋବର ୪ରେ ପଚରାଉଚରା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ତଥା (ଜେଡିଏସ) ନେତା ଏଚଡି କୁମାରସ୍ୱାମୀଙ୍କୁ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ପଚରାଉଚରା ପାଇଁ ନୋଟସି ଜାରି କରିଛନ୍ତି । ଏଥିରେ କେବଳ କୁମାରସ୍ୱାମୀଙ୍କୁ ନୁହେଁ ବରଂ ଆହୁରି ୧୫ ଜଣଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।

ଏମାନଙ୍କ ବିରୋଧରେ ବେଆଇନ ଭାବେ ରାଜ୍ୟ ସରକାର ପ୍ରକଳ୍ପର ଜମିର ଅଧିସୂଚନା ଫେରାଇ ନେବାର ଅଭିଯୋଗ ଥିବା କୁହାଯାଉଛି । ଏହି ମାମଲାରେ ନ୍ୟାୟାଳୟରେ କୁମାରସ୍ୱାମୀଙ୍କୁ ଅକ୍ଟୋବର ୪ରେ ପଚରାଉଚରା କରାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ୨୦୧୨ରେ ଚାମରାଜନଗର ଜିଲ୍ଲାର ସନ୍ଥେମାରାହଲ୍ଲୀ ଅଧିବାସୀ ଏମ ମହାଦେବ ସ୍ୱାମୀ ଲୋକାୟୁକ୍ତଙ୍କ ଆଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ ୨୦୦୭ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥାଇ କୁମାରସ୍ୱାମୀ ବେଙ୍ଗାଲୁରୁ ଉନ୍ନୟନ ପ୍ରାଧିକରଣର ଜମିର ଅଧିସୂଚନା ଫେରାଇ ନେଇଥିଲେ । ୩.୩୪ ଏକର ଜମି ବିଲଡରଙ୍କୁ ବିକ୍ରି କରାଯାଇଥିବାର ବି ଅଭିଯୋଗ ରହିଛି।

the news minute

ଚଳିତ ବର୍ଷ ଜୁଲାଇ ୨୦ରେ ସ୍ୱତନ୍ତ୍ର ଜଜ ରାମଚନ୍ଦ୍ର ଡି ଡୁଡ୍ଡାର ଏହି ମାମଲାରେ ଲୋକାୟୁକ୍ତଙ୍କ ‘ବି’ ରିପୋର୍ଟ ଅପର୍ଯ୍ୟାପ୍ତ ସାକ୍ଷ୍ୟ ଦେଖାଇ ଅସ୍ୱୀକାର କରି ଦେଇଥିଲେ । ନ୍ୟାୟାଳୟ ପକ୍ଷରୁ ଅଭିଯୋଗକାରୀ ଏମ ମହାଦେବ ସ୍ୱାମୀଙ୍କୁ ବି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର