କଙ୍ଗନାଙ୍କୁ ଅଦାଲତର ଚେତାବନୀ: ଆଗାମୀ ଶୁଣାଣିରେ ହାଜର ନହେଲେ ଗିରଫ ପରୱାନା ଜାରି କରାଯିବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଅଦାଲତର ଚେତାବଦୀ। ଆଗାମୀ ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା। କବି ତଥା ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ବିରୋଧରେ ଆଗତ ହୋଇଥିବା ମାନହାନି ମାମଲାକୁ ଖାରଜ କରିବାକୁ ହୋଇଥିବା ଆବେଦନକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି କଙ୍ଗନାକୁ ସେପ୍ଟେମ୍ବର ୧୪ରେ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ତାଙ୍କୁ ହାଜର ହେବାକୁ ଥିବା ବେଳେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ କୋର୍ଟରେ ହାଜର ହୋଇନଥିଲେ।

Live Law

କଙ୍ଗନାଙ୍କ ଓକିଲ ଅଦାଲତକୁ ଜଣାଇଥିଲେ ଯେ, ନିଜ ଫିଲ୍ମର ପ୍ରମୋସନ ପାଇଁ ସେ ବିଭିନ୍ନ ସ୍ଥାନକୁ ଯାଉଥିବାରୁ ତାଙ୍କ ଦେହରେ ଏବେ କରୋନା ଲକ୍ଷଣ ଦେଖାଦେଇଛି। ଏନେଇ ୭ଦିନ ପରେ ଶୁଣାଣି ହେଲେ ସେ ଉପସ୍ଥିତ ରହିପାରିବେ। ତେବେ ଜାଭେଦ ଅଖତରଙ୍କ ଓକିଲ ଏହାକୁ ମିଛ ବୋଲି କହିବା ସହ ଶୁଣାଣି ବିଳମ୍ବ କରିବାକୁ କଙ୍ଗନା ଏଭଳି ମିଛ କହୁଥିବା କହିଥିଲେ। ତେବେ ଦୁଇ ପକ୍ଷର ବିତର୍କ ଶୁଣିବା ପରେ ଅଦାଲତ ସେପ୍ଟେମ୍ବର ୨୦ରେ ଆଗାମୀ ଶୁଣାଣି ରଖିଛନ୍ତି। ଯଦି ସେପ୍ଟେମ୍ବର ୨୦ରେ କଙ୍ଗନା ହାଜର ନହୁଅନ୍ତି, ତେବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର