ଆସିଲା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ, ଜାଣନ୍ତୁ କେତେ ସୁରକ୍ଷିତ ଏହି ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଭିତରେ ଆସିଲା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନି ଭାରତ ବାୟୋଟେକ୍ କହିଛି କି, ଦେଶରେ ୨୫,୮୦୦ ଲୋକଙ୍କ ଉପରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା, ଯାହାକି ଆଇସିଏମଆର ସହ ମିଳିତ ଭାବେ ସବୁଠାରୁ ବଡ଼ ପରୀକ୍ଷଣ । ଯେତେବେଳେ ପ୍ରଥମେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିଲା, ସେତେବେଳେ ଟ୍ରାଏଲରେ ଥିବା ଟିକାର ବ୍ୟବହାର ପାଇଁ ସରକାର କିପରି ଅନୁମତି ଦେଲେ ବୋଲି ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏବେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

ଜାନୁଆରି ମାସରେ କୋଭାକ୍ସିନ ଟିକାକୁ ନେଇ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସେଥିରେ କୁହାଯାଇଥିଲା କି, କୋଭାକ୍ସିନ ଟିକା ଇଂଲଣ୍ଡରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ବି ବେଶ୍ ପ୍ରଭାବଶାଳୀ । ସେହିପରି କୋଭାକ୍ସିନ୍ ଟିକା ପରୀକ୍ଷଣରେ ଭାଗ ନେଇଥିବା ୨୬ ଜଣ ଲୋକଙ୍କଠାରୁ ସଂଗୃହୀତ ରକ୍ତ ଉପରେ ରିଡକ୍ସନ ନ୍ୟୁଟ୍ରିଲାଇଜେସନ ଟେଷ୍ଟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ବି ଏହି ଟିକା ହରାଇପାରିବ ।

Covaxin 81% Effective, Also Works Against UK Variant: Bharat Biotech
NDTV.com

ଉଲ୍ଲେଖଯୋଗ୍ୟ, କୋଭାକ୍ସିନ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଟିକା, ଯାହାକୁ ଭାରତ ବାୟୋଟେକ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଓ ଏନଆଇବି ସହିତ ମିଶି ପ୍ରସ୍ତୁତ କରିଛନ୍ତି ।

ସମ୍ବନ୍ଧିତ ଖବର