ନୂଆଦିଲ୍ଲୀ: ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅନେକ ସମାଲୋଚନାର ଶିକାର ହୋଇଥିଲା ଭାରତ ବାୟୋଟେକ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ଟିକାକୁ କିଭଳି ଭାରତ ସରକାର ଅନୁମତି ଦେଲେ ସେ ନେଇ ବିରୋଧୀ ପ୍ରଶ୍ନ କରିଥିଲେ। ହେଲେ ଏବେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ପ୍ରଭାବ ପ୍ରଶଂସନୀୟ ବୋଲି ପ୍ରମାଣିତ ହେବାରେ ଲାଗିଛି। କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ସହ କୋଭାକ୍ସିନ ଟିକା ୭୦ପ୍ରତିଶତ ଅଧିକ ସଂକ୍ରମକ ଥିବା ବ୍ରିଟେନ ଷ୍ଟ୍ରେନକୁ ହରାଇବାରେ ସକ୍ଷମ ବୋଲି କହିଛି ଭାରତ ବାୟୋଟେକ।
ଆଜି ଭାରତ ବାୟୋଟେକ ଏକ ଟୁଇଟ କରି ଲେଖିଛି ଯେ, କୋଭାକ୍ସିନ୍ ସାର୍କ-କୋଭ-୨ର ବ୍ରିଟେନ ଷ୍ଟ୍ରେନକୁ ହରାଇବାରେ ସକ୍ଷମ। ଏହା ସହ ଭାରତ ବାୟୋଟେକ କରିଥିବା ଅନୁସନ୍ଧାନ ଫଳାଫଳର ଏକ ଲିଙ୍କ ମଧ୍ୟ ଟୁଇଟରେ ଯୋଡ଼ିଥିବା ଦେଖାଯାଇଛି।
Neutralization of UK-variant VUI-202012/01 with COVAXIN vaccinated human serum https://t.co/v8Me4TzGgh#BharatBiotech#COVAXIN#bioRxiv#COVID19pic.twitter.com/7R3FlsWAX3
— BharatBiotech (@BharatBiotech) January 27, 2021
ଉଲ୍ଲେଖଯୋଗ୍ୟ, ଭାରତରେ ଏବେ ୧୫୦ଜଣ ଲୋକ ବ୍ରିଟେନ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି। ପ୍ରଥମେ ଏହା ପୂର୍ବ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିବା ସହ ପ୍ରସ୍ତୁତ ହେଉଥବା ଟିକା ଏହି ନୂଆ ଷ୍ଟ୍ରେନକୁ ହରାଇପାରିବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଥିଲା। ଏବେ ଭାରତ ବାୟୋଟେକର ଏଭଳି ଟୁଇଟ ଲୋକଙ୍କୁ ଟିକେ ଆଶ୍ବସ୍ତ କରିଛି।