ନୂଆଦିଲ୍ଲୀ : ଦେଶର ଅନ୍ୟତମ କୋଭିଡ୍ ଟିକା ନିର୍ମାତା ଭାରତ ବାୟୋଟେକ୍ ଧାର୍ଯ୍ୟ ପଦ୍ଧତି ଅନୁସରଣ କରି ନୈଦାନିକ ପରୀକ୍ଷଣ ଚଳାଇଥିବାରୁ ଏବଂ ସେଥିରୁ ମିଳିଥିବା ଆଶାନୁରୂପ ଫଳାଫଳକୁ ଭିତ୍ତି କରି ଉକ୍ତ କମ୍ପାନିକୁ କୋଭାକ୍ସିନ୍ ଟିକା ପ୍ରସ୍ତୁତି ପାଇଁ ଅନୁମତି ଦିଆଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଛତିଶଗଡ଼ ସରକାରଙ୍କୁ ଜଣାଇଛନ୍ତି।
Current Affairs ADDA247ସେହିପରି ଭାରତରେ ପ୍ରସ୍ତୁତ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନିରାପଦ ଓ ରୋଗପ୍ରତିରୋଧକାରକ ହୋଇଥିବାରୁ ସେଗୁଡ଼ିକ ଯଥା ଶୀଘ୍ର ପ୍ରୟୋଗ କରି ପ୍ରାଥମିକତା ଆଧାରରେ ରହିଥିବା ହିତାଧିକାରୀମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେ ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ କରିଛନ୍ତି। କୋଭାକ୍ସିନ୍ ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ତଥ୍ୟ ଉପଲବ୍ଧ ହୋଇନଥିବା କାରଣ ଦର୍ଶାଇ ଛତିଶଗଡ଼ ସରକାର ଉକ୍ତ ଟିକାର ପ୍ରୟୋଗ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ଛତିଶଗଡ଼ ସରକାରଙ୍କ ମନରେ ଜାତ ସନ୍ଦେହ ଦୂରୀକରଣ କରିବା ଲାଗି ଟିକାର ଫଳପ୍ରଦତା ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/covaxin-1610817720.jpg)