ନୂଆଦିଲ୍ଲୀ: ଗତକାଲି ରାଜ୍ୟ ସରକାରଙ୍କ ପାଇଁ କୋଭିସିଲ୍ଡର ମୂଲ୍ୟ କମିବା ପରେ ଆଜି କୋଭାକ୍ସିନ୍ ଦରକୁ ମଧ୍ୟ କମ୍ପାନି ଆଶାନୁରୂପ କମାଇ ଦେଇଛି। ରାଜ୍ୟ ସରକାରଙ୍କ ପାଇଁ ଏବେ କୋଭାକ୍ସିନ ଡୋଜ୍ ପିଛା ୬୦୦ ଟଙ୍କା ପରିବର୍ତ୍ତେ ୪ ଶହ ଟଙ୍କାରେ ଉପଲବ୍ଧ ହେବ। ତେବେ ଘରୋଇ ସଂସ୍ଥାମାନଙ୍କ ପାଇଁ ପୂର୍ବରୁ ଯେଉଁ ୧୨ ଶହ ଟଙ୍କା ଘୋଷଣା ହୋଇଥିଲା ସେଥିରେ କୌଣସି ପରିବର୍ତ୍ତନ ହୋଇଥିବା ସୂଚନା ଦିଆଯାଇ ନାହିଁ। ତେଣୁ ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକା ୧୨ ଶହ ଟଙ୍କାରେ ହିଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ୧୫୦ ଟଙ୍କା ଦରରେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା କିଣି ବିଭିନ୍ନ ରାଜ୍ୟ ଓ ଘରୋଇ ଡାକ୍ତରଖାନାମାନଙ୍କୁ ଯୋଗାଇ ଦେଉଥିଲେ। ତେଣୁ ଏବେ ସରକାରୀ ଡାକ୍ତରଖାନାରେ ମାଗଣାରେ ଟିକା ମିଳୁଥିବା ବେଳେ ଘରୋଇ ଡାକ୍ତରଖାନାମାନେ ୨୫୦ ଟଙ୍କା ନେଉଛନ୍ତି। ସେଥିରେ ୧୦୦ ଟଙ୍କା ସେବା ବାବଦ ରହିଥିବା ବେଳେ ଟିକା ବାବଦ ୧୫୦ ଟଙ୍କା ରହିଛି। ଏବେ ବର୍ଦ୍ଧିତ ଟିକା ଦରକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/covaxin1.jpg)