କୋଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ, କିନ୍ତୁ ଫଳପ୍ରଦତା ଜାଣିବା ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଜରୁରୀ : ଲାନସେଟ

ନୂଆଦିଲ୍ଲୀ: କୋଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ, କିନ୍ତୁ ଫଳପ୍ରଦତା ଜାଣିବା ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଜାଣିବା ଜରୁରୀ ବୋଲି କହିଛି ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ ଲାନସେଟ। ସାପ୍ତାହିକ ସମୀକ୍ଷାମୂଳକ ଚିକିତ୍ସା ପତ୍ରିକା ଲାନସେଟ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସକ୍ଷମ ବୋଲି କହିଛି। କିନ୍ତୁ ଏହାର ପ୍ରଭାବ ଜାଣିବା ପାଇଁ ଶେଷ ତଥା ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଜାଣିବା ଜରୁରୀ ବୋଲି ଲାନସେଟ ସ୍ପଷ୍ଟ କରିଛି।

‘ଦ ଲାନସେଟ’ରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭିଡ-୧୯ ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପ୍ରଥମ ପର୍ଯ୍ୟାୟ ପରୀକ୍ଷା ତୁଳନାରେ ଉନ୍ନତ ପ୍ରତିକ୍ରିୟାଶୀଳତା ଏବଂ ନିରାପତ୍ତା ପ୍ରମାଣ କରିଛି। ଟିକାର ପ୍ରଭାବ ପର୍ଯ୍ୟାୟ ଅନୁଯାୟୀ ବଢ଼ିଛି। କିନ୍ତୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଏହାର ଫଳପ୍ରଦତା ବିଷୟରେ କିଛି କୁହାଯାଇ ପାରିବ ନାହିଁ।

Covaxin
oneindia

ତେବେ କିଛି ଦିନ ପୂର୍ବରୁ ମାର୍ଚ୍ଚ ୪ରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବୀ ଏବଂ ନୂଆ ପ୍ରଜାତିର କରୋନା ଭୂତାଣୁ ମୁକାବିଲା ପାଇଁ ସକ୍ଷମ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଥିଲା। ୨୫ ହଜାର ୮୦୦ ଲୋକଙ୍କଠାରେ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା ଏବଂ ତୃତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ରିପୋର୍ଟରୁ ଏହା ୮୧% ପ୍ରଭାବୀ ରହିଥିବା ସ୍ପଷ୍ଟ ହୋଇଛି ବୋଲି ଭାରତ ବାୟୋଟେକ୍ କହିଥିଲା।

ସମ୍ବନ୍ଧିତ ଖବର