ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ପର୍ଯ୍ୟାୟ ୩ କ୍ଲିନିକାଲ ପରୀକ୍ଷଣର ଫଳାଫଳ ଆସିଛି | କୋଭାକ୍ସିନର ପର୍ଯ୍ୟାୟ ୩ ପରୀକ୍ଷଣରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, କୋଭିଡ -୧୯ ବିରୋଧରେ ଟିକା ପ୍ରାୟ ୭୭.୮% ପ୍ରଭାବଶାଳୀ ଅଟେ। ସବଜେକ୍ଟ ଏକ୍ସପେର୍ଟ କମିଟି (ଏସଇସି) ଭାରତ ବାୟୋଟେକର ତଥ୍ୟ ସମୀକ୍ଷା କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅନୁମୋଦନ ଦିଆଯାଇ ନାହିଁ। ଏସଇସି ପ୍ୟାନେଲ ଆଜି ଅପରାହ୍ନରେ କୋଭାକ୍ସିନ ପରୀକ୍ଷା ଫଳାଫଳ ସମୀକ୍ଷା କରିବାକୁ ବୈଠକ କରିଥିଲେ।
ବୈଠକ ପରେ ଏସଇସି ବର୍ତ୍ତମାନ ସମୀକ୍ଷା ପାଇଁ ଡିସିଜିଆଇକୁ ତଥ୍ୟ ପଠାଇବ | ଭରତ ବାୟୋଟେକ୍ ଆଜି ହୋଇଥିବା ବୈଠକରେ ଏକ ଉପସ୍ଥାପନା କରିଥିଲା ଯେଉଁଥିରେ ପ୍ୟାନେଲରେ ତଥ୍ୟ ଉପସ୍ଥାପିତ ହୋଇଥିଲା | ତଥ୍ୟରେ କୁହାଯାଇଥିଲା ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୭୭.୮% ଫଳପ୍ରଦତା ପ୍ରଦର୍ଶନ କରିଛି | ଏସଇସି ବର୍ତ୍ତମାନ ତଥ୍ୟକୁ ତର୍ଜମା କରିବା ସହ ସମୀକ୍ଷା ପାଇଁ ଡିସିଜିଆଇକୁ ତଥ୍ୟ ପଠାଇବା ବୋଲି ଜଣାପଡ଼ିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/77-Percent-Efficiency-Covaxin_Thumbnail.jpg)
