ଆମେରିକାରେ ଉପଲବ୍ଧ ହେବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରୋନା ଟିକା କୋଭାକ୍ସିନ ଆମେରିକାରେ ଉପଲବ୍ଧ ହେବାର ସମ୍ଭାବନା ଉଜ୍ଜଳ ହୋଇଛି । ଆମେରିକାର ଫେଡେରାଲ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ) ପକ୍ଷରୁ କୋଭାକ୍ସିନର ଇନଭେଷ୍ଟିଗେସନାଲ ଡ୍ରଗ ଆପ୍ଲିକେସନ ଉପରେ ଲଗାଯାଇଥିବା ସ୍ଥଗିତାଦେଶ ପ୍ରତ୍ୟାହାର କରିନିଆଯାଇଛି । ଏହା ଫଳରେ ଏଣିକି ଆମେରିକାରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ (ପରୀକ୍ଷଣ) ଓ ଉତ୍ପାଦନ ସମ୍ଭବ ହୋଇପାରିବ । ଆମେରିକା ଓ କାନାଡା ପାଇଁ ଅକୁଜେନ ନାମକ କମ୍ପାନି କୋଭାକ୍ସିନ ଉତ୍ପାଦନ ଓ ବିତରଣ ନିମନ୍ତେ ଲାଇସେନ୍ସ ପ୍ରାପ୍ତ କରିଛି ।

୨୦୨୧ ନଭେମ୍ବର ମାସରେ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଥିଲା । ଏହାପରେ କୋଭାକ୍ସିନକୁ ଇତି ମଧ୍ୟରେ ବିଶ୍ବର ଶତାଧିକ ଦେଶ ଅନୁମତି ଦେଇସାରିଲେଣି । ଏସବୁ ଦେଶଙ୍କ ମଧ୍ୟରେ ରହିଛି ଆମେରିକା, କାନାଡା,ଅଷ୍ଟ୍ରେଲିଆ, ସ୍ପେନ, ଫ୍ରାନ୍ସ, ବ୍ରିଟେନ, କାତାର, ୟୁଏଇ ଓ ଜର୍ମାନୀ । କୋଭାକ୍ସିନକୁ ଭାରତ ବାୟୋଟେକ୍ ଓ ସରକାରଙ୍କ ଆଇସିଏମଆର ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ୨୦୨୧ ଜାନୁଆରିରେ ଏହାକୁ ଭାରତରେ ଟିକାକରଣ ପାଇଁ ବ୍ୟବହାର କରାଯାଉଛି ।

ସମ୍ବନ୍ଧିତ ଖବର