ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ଥମିବାର ନାଁ ନେଉନଥିବା ବେଳେ ଆଗକୁ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଖୁବ୍ଶୀଘ୍ର ୨ରୁ ୧୮ ବର୍ଷର ଆୟୁ ବର୍ଗଙ୍କ ପାଇଁ କରୋନା ଟିକା ପରୀକ୍ଷଣକୁ ସରକାର ମଂଜୁରି ଦେଇଛନ୍ତି। ଟିକା ବିଶେଷଜ୍ଞ କମିଟି ଭାରତ ବାୟୋଟେକ୍ର କୋଭିଡ ୧୯ ଟିକା କୋଭାକ୍ସିନକୁ ଏଥିପାଇଁ ମଂଜୁରି ଦେଇଛନ୍ତି। ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ ଏହି ଟିକା ପରୀକ୍ଷଣ କରାଯିବ ଏବଂ ଚୂଡ଼ାନ୍ତ ପରୀକ୍ଷଣ ରିପୋର୍ଟ ଆଧାରରେ ଟିକା ବ୍ୟବହାର ପାଇଁ ଅନୁମତି ମିଳିବ।
ଏହି ଟିକାର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ୨ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ବ୍ୟାପକ ଭାବେ ହେବ ବୋଲି ଜଣାପଡ଼ିଛି। ଏହି ନୈଦାନିକ ପରୀକ୍ଷଣରେ ୫୨୫ ଜଣ ଭାଗ ନେବେ। ଏହା ଦିଲ୍ଲୀ ଏମ୍ସ, ପାଟନା ଏମ୍ସ, ନାଗପୁର ଏମ୍ଆଇଏମ୍ଏସ୍ରେ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହି ପରୀକ୍ଷଣ ସଫଳ ହେବାପରେ ଖୁବ୍ଶୀଘ୍ର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏବେ ଦେଶରେ ସାବାଳକଙ୍କ ଟିକାକରଣ ପ୍ରକ୍ରିୟା ଜାରି ରହିଛି ଏବଂ ଶିଶୁମାନଙ୍କ ଟିକାକରଣ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଭାରତ ବାୟୋଟେକ ଆଇସିଏମ୍ଆର୍ ସହ ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି। କମ୍ପାନି ଏହାର ଉତ୍ପାଦନ, ବିତରଣ ଏବଂ ବିକ୍ରି ଦାୟିତ୍ବ ମଧ୍ୟ ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/fh64h654fshfs1h65fsh56fs456h4fs56h45fshsfhsfhshfhshf.jpg)