ନୂଆଦିଲ୍ଲୀ: ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଭାରତୀୟ ସଂସ୍କରଣ 'କୋଭିସିଲ୍ଡ' ଏବଂ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ପ୍ରଥମ ଦେଶଜ କୋଭିଡ୍ ଟିକା 'କୋଭାକ୍ସିନ୍' ଆମ ଦେଶବାସୀଙ୍କ ପାଇଁ ପ୍ରାୟ ଉପଲବ୍ଧ ହେବା ଉପରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭରସା ଦେଇଛନ୍ତି। ସେହିପରି ଟିକାର ଶେଷ ମୁହୂର୍ତ୍ତ ନିର୍ବିରୋଧ ଯୋଗାଣ ପାଇଁ ମଧ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ସୂଚନା ଥାଉ କି, ଦେଶରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଟିକାକରଣ ଅଭିଯାନ ଆଗରୁ ଟିକାଯୋଗାଣର ସଫଳ ପରିଚାଳନା ତନଖିବା ପାଇଁ ଆସନ୍ତାକାଲି (ଶୁକ୍ରବାର) ଦେଶବ୍ୟାପୀ ପ୍ରାୟ ୭୦୦ରୁ ଅଧିକ ଜିଲ୍ଲାରେ 'ଡ୍ରାଇ ରନ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦେଶରେ ସମ୍ପ୍ରତି କୋଭିଡ୍ଜନିତ ମୃତ୍ୟୁହାର ଓ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ କମି ଚାଲିଥିବା ବେଳେ ମହାରାଷ୍ଟ୍ର, କେରଳ, ପଶ୍ଚିମବଂଗ ଓ ଛତିଶଗଡ଼ରେ ସଂକ୍ରମଣରେ ଅହେତୁକ ବୃଦ୍ଧି ଦେଖାଦେବା ଚିନ୍ତାର କାରଣ ହୋଇଛି। କେନ୍ଦ୍ର ସରକାର ଏସବୁ ରାଜ୍ୟରେ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯିବା ଏବଂ ନୂଆ ପ୍ରଜାତିର ଭୂତାଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ଖୁବ୍ଶୀଘ୍ର ମିଳିବ: ହର୍ଷବର୍ଦ୍ଧନ
/sambad/media/post_attachments/wp-content/uploads/2020/10/harshwardhan.jpg)