ଚଳିତମାସ ଶେଷ ସୁଦ୍ଧା କୋଭାକ୍ସିନକୁ ମିଳିପାରେ ଅର୍ନ୍ତରାଷ୍ଟ୍ରୀୟ ମଞ୍ଜୁରୀ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ନିରୋଧୀ ଟିକା କୋଭାକ୍ସିନକୁ ଚଳିତମାସ ଶେଷ ସୁଦ୍ଧା ଅର୍ନ୍ତରାଷ୍ଟ୍ରୀୟ ମଞ୍ଜୁରୀ ମିଳିପାରେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧୀ ମଣ୍ଡଳୀ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବେ । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ପାଇବାକୁ ଭାରତ ବାୟୋଟେକ ବହୁପୂର୍ବରୁ ଆବେଦନ କରିଛି । ଭାରତ ବାୟୋଟେକ ଏହି ଟିକାକୁ ଇଣ୍ଡିଆନ କାଉନ୍ସିଲ୍ ଅଫ୍ ମେଡିକାଲ ରସର୍ଚ୍ଚ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ସହ ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି ।

ଜୁଲାଇ ମାସରେ ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଥିଲା କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇବାକୁ କମ୍ପାନି ପକ୍ଷରୁ ସମସ୍ତ କାଗଜପତ୍ର ଜମା କରାଯାଇଛି । ଏହାସହ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଥିଲା କି ଟିକାର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠାରୁ ମଞ୍ଜୁରୀ ପାଇବା ପରେ କମ୍ପାନି କରୋନାରେ ସଂକ୍ରମିତ ଲୋକଙ୍କୁ ଏହି ଟିକା ଉପଲବ୍ଧ କରାଇପାରିବ ।

Terry Gou: Latest News & Videos, Photos about Terry Gou | The Economic Times - Page 1
The Economic Times

ସେପଟେ ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ତା’ର ଅଧ୍ୟୟନ ପରେ ସ୍ପଷ୍ଟ କରିଛି ଯେ କୋଭାକ୍ସିନ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ୍ କ୍ଷେତ୍ରରେ  ବି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର