୧୨ରୁ ୧୮ ବର୍ଷ ପିଲାଙ୍କ ଲାଗି ‘କୋଭେଭାକ୍ସ’

ନୂଆଦିଲ୍ଲୀ : କରୋନାର ମୁକାବିଲା ନିମନ୍ତେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭେଭାକ୍ସ ଟିକା ଦେବା ଲାଗି ବିଶେଷଜ୍ଞ କମିଟି ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ଦେଶରେ କୋଭିଡ ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ୩୪୬ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏବେ ୪ ଲକ୍ଷ ୭୮ ହଜାର ରୋଗୀ ଚିକିତ୍ସାଧୀନ ଥିବା ବେଳେ ଆରୋଗ୍ୟ ହାର ୯୭.୬୮ ପ୍ରତିଶତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଅାଯାଇଛି।

ସମ୍ବନ୍ଧିତ ଖବର