ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନ ଉତ୍ପାଦନ ବଢ଼ିବ, ମାସକୁ ୧୦ କୋଟି ଡୋଜ୍‌ ପ୍ରସ୍ତୁତ ହେବ

ମହାରାଷ୍ଟ୍ରକୁ କୋଭାକ୍ସିନ ଉତ୍ପାଦନ ପାଇଁ ଅନୁମତି

ନୂଆଦିଲ୍ଲୀ : ଭାରତର ସ୍ବଦେଶୀ କୋଭିଡ୍‌ ଟିକା କୋଭାକ୍ସିନର ଉତ୍ପାଦନ ବଢ଼ାଇବାକୁ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରହିଛି। ଆଗାମୀ ସେପ୍‌ଟେମ୍ବର ସୁଦ୍ଧା ମାସକୁ ୧୦ କୋଟି ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ ରହିଛି। ଭାରତ ବାୟୋଟେକ ଏବଂ ଆଇସିଏମ୍‌ଆର୍‌ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଉତ୍ପାଦନ ମେ-ଜୁନ୍‌ ସୁଦ୍ଧା ୨ ଗୁଣ ହେବ ଏବଂ ସେପ୍‌ଟେମ୍ବର ସୁଦ୍ଧା ମାସକୁ ୧୦ କୋଟି ଡୋଜ୍‌ ପ୍ରସ୍ତୁତ ହେବ। ଦେଶରେ ସଂକ୍ରମଣ ସ୍ଥିତି ଏବେ ଅତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ବିଭିନ୍ନ ରାଜ୍ୟରେ ଟିକା ଅଭାବ ଯୋଗୁଁ ମଧ୍ୟ ସମସ୍ୟା ବଢ଼ୁଛି। ରାଜ୍ୟମାନଙ୍କର ଚାହିଦା ମୁତାବକ ଟିକା ଯୋଗାଇ ଦେବା ପାଇଁ ଏବେ ମହାରାଷ୍ଟ୍ରର ହପ୍‌କିନ୍‌ ବାୟୋଫାର୍ମାସ୍ୟୁଟିକାଲ କର୍ପୋରେସନକୁ କୋଭାକ୍ସିନ ଉତ୍ପାଦନ କରିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ମହାରାଷ୍ଟ୍ରରର ସରକାରୀ ସଂସ୍ଥା ହଫ୍‌କିନକୁ ଏ ବାବଦ ଜ୍ଞାନକୌଶଳ ଯୋଗାଇ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସ୍ବାଗତ କରିଛନ୍ତି ଏବଂ କରୋନା ବିରୋଧୀ ଲଢ଼େଇରେ ଏହା ପ୍ରଧାନମନ୍ତ୍ରୀଙ୍କ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର