କୋଭିଡ୍‌ ପାଇଁ ଗାଣିତିକ ମଡେଲ୍ ସବୁ ଆନୁମାନିକ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍୧୯ର ବୟାବହତା ଦର୍ଶାଇବା ପାଇଁ ଦେଶରେ ଏ ପର୍ଯ୍ୟନ୍ତ ଯେତେ ସବୁ ଗାଣିତିକ ମଡେଲ୍‌ ପ୍ରସ୍ତୁତ ହୋଇଛି, ତାହା ନିରପେକ୍ଷ ନୁହେଁ ଏବଂ ଅନେକ ସ୍ଥଳରେ ତାହା ଆନୁମାନିକ ଏବଂ କଳ୍ପନାପ୍ରସୂତ ବୋଲି ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶ ପାଇଛି। ସୁତରାଂ ଏଭଳି ମଡେଲ୍‌କୁ ଭିତ୍ତି କରି ସରକାର କୌଣସି ପଦକ୍ଷେପ ବା ନୀତିଗତ ନିଷ୍ପତ୍ତି ନେବା ଅଧିକ ବିପଜ୍ଜନକ ହେବ ବୋଲି ଭାରତୀୟ ବେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍) ଦ୍ବାରା ପ୍ରକାଶିତ ଏହି ଭେଷଜ ପତ୍ରିକାର ସମ୍ପାଦକୀୟରେ ସତର୍କ କରାଇ ଦିଆଯାଇଛି। ବିଶେଷ କରି ଭାରତ ପ୍ରସଙ୍ଗରେ ଏପରି ଏକାଧିକ ଗାଣିତିକ ମଡେଲ୍ ଲୋକଲୋଚନକୁ ଆସିଛି ଯେଉଁଥିରେ କୋଭିଡ୍ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଭିତ୍ତିରେ ରୋଗର ପ୍ରକୋପ ସମ୍ପର୍କରେ ଆଲୋକପାତ କରାଯାଇଛି। ମାତ୍ର ସେଥି ମଧ୍ୟରୁ କୌଣସି ଗୋଟିଏର ଆକଳନ ଠିକ୍‌ ନଥିବା ପ୍ରମାଣିତ ହୋଇଛି। ଏପରିକି ଏହି ସଂକ୍ରାମକ ରୋଗର ଜୈବିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଏହି ସବୁ ମଡେଲ୍ ଠିକ୍ ତଥ୍ୟ ଦେବାରେ ବିଫଳ ହୋଇଛି ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର