ନୂଆଦିଲ୍ଲୀ: କରୋନାକୁ ନେଇ ଲୋକ ଆତଙ୍କିତ ଥିବା ବେଳେ ଏବେ ଏକ ଭଲ ଖବର ହସ୍ତଗତ ହୋଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।
ସୋମବାର, ଜୁନ୍ ୧୬ ତାରିଖ ଠାରୁ ଭାରତରେ କୋଭିଡ୍-୧୯ ମାମଲା ହ୍ରାସ ପାଇବାରେ ଲାଗିଛି। ତଥାପି, ପ୍ରତିଦିନ ମୃତ୍ୟୁ ମାମଲା ରେକର୍ଡ କରାଯାଉଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଶୁକ୍ରବାର (ଜୁନ୍ ୨୦) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୩୬୮ ହ୍ରାସ ପାଇ ୫,୬୦୮ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଚାରି ଜଣଙ୍କର ମୃତ୍ୟୁ ରିପୋର୍ଟ କରାଯାଇଛି। ଚଣ୍ଡିଗଡ଼, କେରଳ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ଗୋଟିଏ ଲେଖାଏ ମୃତ୍ୟୁ ରେକର୍ଡ ହୋଇଛି।
ଗୁରୁବାର ଦିନ ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୫,୯୭୬କୁ ହ୍ରାସ ପାଇଛି। ଯାହା ପୂର୍ବ ଦିନ ୬,୪୮୩ ଥିଲା। ଲଗାତାର ଷଷ୍ଠ ଦିନ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ଭାରତରେ ବର୍ତ୍ତମାନ LF.7, XFG, JN.1, ଏବଂ ନୂତନ ଭାବରେ ଚିହ୍ନଟ ହୋଇଥିବା NB.1.8.1 ଭଳି ଉପ-ଭାରିଆଣ୍ଟ ଯୋଗୁ କୋଭିଡ୍-୧୯ ମାମଲାରେ ବୃଦ୍ଧି ଘଟୁଛି।
ଉଲ୍ଲେଖଯୋଗ୍ୟ, ତେବେ ଏଥର କରୋନା ବେଶି ସଂଘାତିକ ନୁହେଁ ଓ ଚିନ୍ତାର ବିଷୟ ନୁହେଁ, କିନ୍ତୁ ସତର୍କତା ଆବଶ୍ୟକତା ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/20/2ca98ba5-f404-4717-82ec-dff259da64e9-2025-06-20-14-28-22.jpg)