ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କି ରାଜ୍ୟରେ ହେଉ କରୋନାରେ କେତେ ଆକ୍ରାନ୍ତ ହେଲେ କେତେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ଏହି ମହାମାରୀ କେତେଜଣଙ୍କ ପ୍ରାଣ ନେଲା ଲୋକମାନେ ତାହାର ଟିକନିଖ ଖବର ରଖିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ମହାମାରୀ କେବେ ଯିବ? କେଉଁଦିନ ଟିକା ବାହାରିବ ଆଉ ସବୁ କିଛି ପୂର୍ବ ଭଳି ସ୍ବଭାବିକ ହେବ?
/sambad/media/post_attachments/cbf1347d490c175e6218dd2e4eb7fdf73a8bd2c7942b27b2e4ad5d49db40371b.jpg)
ଏଭଳି ସମୟରେ ଭାରତୀୟ ବଂଶଦ୍ଭୋବ ଆମେରିକାର ଟେକସାସ୍ରେ ରହୁଥିବା ଜଣେ ୧୪ ବର୍ଷୀୟ ନାବାଳିକା କରୋନାକୁ ହରାଇବାର କ୍ଷମତା ରଖିଥିବା ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ଆବିଷ୍କାର କରିଛନ୍ତି । ଏହି ନାବାଳିକାଙ୍କ ନାମ ଅନିକା ଚେବରୌଲ । ଏହି ଆବିଷ୍କାର ପାଇଁ ଅନିକା ଚେବରୌଲ ୨୦୨୦ ୩ଏମ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜ ଜିତିବା ସହ ୨୫ ହଜାର ଡଲାରର ପୁରସ୍କାର ତାଙ୍କୁ ମିଳିଛି।

ଅନିକା କହିଛନ୍ତି, ୨୦୧୯ରେ ସେ ଇନଫ୍ଲୁଏଞ୍ଜା ସଂକ୍ରମଣ ସହ ଲଢ଼େଇ କରୁଥିଲେ। ସେବେଠାରୁ ସେ ୩ଏମ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ଇନଫ୍ଲୁଏଞ୍ଜା ସଂକ୍ରମଣକୁ କେମିତି ହରାଯିବ, ତା’ର କାରଣ ଖୋଜିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲେ।
ଅନିକା ସାର୍ସ-ସିଓଭି-୨ ସଂକ୍ରମଣ ଉପରେ ଫୋକସ କରିଥିଲେ। ସେ ଗୋଟିଏ ଅଣୁ ବାହାର କରିଛନ୍ତି। ସେ ଏକାଧିକ କମ୍ପ୍ୟୁଟର ପ୍ରୋଗ୍ରାମିଂର ବ୍ୟବହାର କରି ଏଭଳି ଅଣୁକୁ ବିକଶିତ କରିପାରିଛନ୍ତି। ଏହା କରୋନା ଭାଇରସର ଗୋଟିଏ ନିଶ୍ଚନ୍ତ ପ୍ରୋଟିନ୍କୁ ବାନ୍ଧି ପାରିବ ଓ ମଣିଷ ଶରୀରରେ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/anika-jpg.jpg)