Image Source: India Today
ନୂଆଦିଲ୍ଲୀ: ଚିକିତ୍ସା ପରେ ସୁସ୍ଥ ହୋଇଥିବା କରୋନାଭାଇରସ୍ ପୀଡ଼ିତଙ୍କ ‘ପ୍ଲାଜ୍ମା’ରେ କରୋନାଭାଇରସ୍ ସଂକ୍ରମଣ ଚିକିତ୍ସା କରାଯାଇ ପାରିବ। ଚୀନ୍ର ଏକ ଖବରକାଗଜରେ ଏ କଥା ପ୍ରକାଶ ପାଇଛି।
‘ପ୍ଲାଜ୍ମା’ ହେଉଛି ରକ୍ତରେ ଥିବା ଏକପ୍ରକାର ତରଳ ପଦାର୍ଥ। ପ୍ଲାଜ୍ମା’ ଚିକିତ୍ସା ଫଳପ୍ରଦ ହେଉଛି ବୋଲି ଉହାନ୍ସ୍ଥିତ ଜିନ୍ୟିନ୍ତାନ୍ ଡାକ୍ତରଖାନାର ଅଧ୍ୟକ୍ଷ ଝଙ୍ଗ୍ ଦିଙ୍ଗ୍ୟୁ କହିଛନ୍ତି। ଆରୋଗ୍ୟ ହୋଇଥିବା ରୋଗୀଙ୍କ ଠାରୁ ସଂଗୃହୀତ ପ୍ଲାଜ୍ମାରେ ଅଧିକ ପରିମାଣର ରୋଗପ୍ରତିରୋଧକ ଉପାଦାନ ରହିଛି। ତେଣୁ ଏହା ମାରାତ୍ମକ କରୋନାଭାଇରସ୍ ସଂକ୍ରମଣର ମୁକାବିଲା କରିପାରୁଛି।
Image Source: Teletradersତେଣୁ, ଚିକିତ୍ସା ପରେ ସୁସ୍ଥ ହୋଇଥିବା କରୋନାଭାଇରସ୍ ପୀଡ଼ିତ ରୋଗୀମାନେ ରକ୍ତଦାନ କରନ୍ତୁ। ଏହାଦ୍ୱାରା କରୋନାଭାଇରସ୍ରେ ଆକ୍ରାନ୍ତ ନୂଆ ରୋଗୀମାନଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ଝଙ୍ଗ୍ ଦିଙ୍ଗ୍ୟୁ ଅନୁରୋଧ କରିଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ, ଫେବ୍ରୁଆରି ୮ ତାରିଖ ଠାରୁ ଉହାନ୍ର ଏକ ଡାକ୍ତରଖାନାରେ ‘ପ୍ଲାଜ୍ମା’ ଚିକିତ୍ସା କରାଯାଉଛି। ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧୦ ଜଣ ଗୁରୁତର କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ଠାରେ ଏହି ‘ପ୍ଲାଜ୍ମା’ ପ୍ରୟୋଗ କରାଯାଇଛି। ‘ପ୍ଲାଜ୍ମା’ ଦିଆଯିବାର ୧୨ ରୁ ୨୪ ଘଣ୍ଟା ମଧ୍ୟରେ ସେ ରୋଗୀମାନଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହୋଇଥିବା କଥା ଡାକ୍ତରମାନେ କହିଛନ୍ତି।
ହସ୍ତଗତ ହୋଇଥିବା ସଦ୍ୟତମ ସୂଚନା ଅନୁସାରେ, ଆଜି ସୁଦ୍ଧା ଚୀନ୍ରେ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁସଂଖ୍ୟା ୧, ୬୩୧ରେ ପହଞ୍ଚିଛି।
Follow Us