ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। କୋଭିଡ୍‌ ଭାଇରସ୍‌ ବିଶେଷ ଭାବେ ପ୍ରଭାବିତ କରିଥିବା ଦେଶଗୁଡ଼ିକ ମଧ୍ୟରୁ ତୃତୀୟ ସ୍ଥାନରେ ରହିଛି ଭାରତ। ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌। ଗତ ଏକ ମାସର ତଥ୍ୟକୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ ଭାରତରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରବଳ ମାତ୍ରାରେ ବଢ଼ିବାରେ ଲାଗିଛି।

Advertisment

କେବଳ ଏତିକି ନୁହେଁ, ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ଦିଗରେ ମଧ୍ୟ ଭ‌ାରତ ଆଗରେ ରହିଛି। ଗତ ୧ ସପ୍ତାହ ମଧ୍ୟରେ ଦେଶରେ ଲଗାତର ଭାବେ ପ୍ରତିଦିନ ୪୦ ହଜାରରୁ ଊର୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆମେରିକାରେ ଦିନକୁ ପ୍ରାୟ ୫୦ରୁ ୫୫ ହଜାର ଆକ୍ରାନ୍ତ ‌ଚିହ୍ନଟ ହେଉଥିବା ବେଳେ ଭାରତ ପ୍ରାୟ ଆମେରିକା ପାଖାପାଖି ସଂଖ୍ୟାରେ ରହିଛି।

publive-image
WION

ଆମେରିକାରେ ଆକ୍ରାନ୍ତ ସଂଖ୍ୟା ଦ୍ବିଗୁଣ ହେବାକୁ ମାତ୍ର ୪୦ ଦିନ ଲାଗିଥିବା ବେଳେ ବ୍ରାଜିଲ୍‌ରେ ୩୬ ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ଦ୍ବିଗୁଣ ହୋଇଥିବା ସୂଚନା ରହିଛି ଓ ଚିନ୍ତାର କଥା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା ଦ୍ବିଗୁଣ ହେବା ପାଇଁ ଭାରତକୁ ଲାଗିଛି ମାତ୍ର ୧୯ ଦିନ।

୧୦ଟି ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରୁ ଭାରତ ତୃତୀୟ ସ୍ଥାନରେ ରହିବା ସଭିଙ୍କ ଚିନ୍ତାର କାରଣ ପାଲଟିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରାୟ ୨୦୦ ଦେଶ ମଧ୍ୟରୁ ୧୮ଟି ଦେଶରେ କୋଭିଡ୍‌ ଭାଇରସ୍‌ ମାତ୍ରାଧିକ ବଢ଼ିବାରେ ଲାଗିଛି। ୧୦ଟି ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ହେଉଛି ଆମେରିକା, ବ୍ରାଜିଲ୍‌, ଭାରତ, ରୁଷିଆ, ଏସ୍‌.ଆଫ୍ରିକା, ମେକ୍ସିକୋ, ପେରୁ, ଚିଲେ, ୟୁ.କେ ଏବଂ ଇରାନ।