ନୂଆଦିଲ୍ଲୀ : ସମଗ୍ର ବିଶ୍ବ ଏବେ କରୋନା ମହାମାରୀ ସହ ଲଢ଼ୁଛି। ମାରାତ୍କମକ ରୋନା ଭାଇରସ୍ରେ ବିଶ୍ବବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଅନେକ ଲୋକଙ୍କ ଜୀବନକୁ ଏହା ବିପଦରେ ପକାଇଛି। କରୋନା ଯୋଗୁଁ ଅର୍ଥନୀତି ବି ଭୁଶୁଡ଼ି ପଡ଼ିଛି। ତେବେ କରୋନା ଯେଭଳି ଦ୍ରୁତ ଗତିରେ ବଢ଼ି ଚାଲିଛି ତାକୁ ନିୟନ୍ତ୍ରଣ କରିବା ଖୁବ୍ କଷ୍ଟଦାୟକ ହୋଇଯାଇଛି। ସାରା ବିଶ୍ବରେ କରୋନା ମାମଲା ପ୍ରଥମ ୧୦ ଲକ୍ଷରେ ପହଞ୍ଚିବା ପାଇଁ ୯୩ ଦିନ ଲାଗିଥିବା ବେଳେ ଦ୍ବିତୀୟ ୧୦ ଲକ୍ଷ ପାଇଁ ମାତ୍ର ୧୩ ଦିନ ଲାଗିଥିଲା। ଆମେରିକା ଏବଂ ୟୁରୋପ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। କେବଳ ୟୁରୋପ୍ରେ ୧୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଜନ୍ସ ହପ୍କିନସ ବିଶ୍ବବିଦ୍ୟାଳୟ ଅନୁଯାୟୀ ଗତକାଲି ସୁଦ୍ଧା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୧୬ ହଜାର ୨୦ ଥିଲା। ଅନ୍ୟପକ୍ଷେ ଭାଇରସ୍ ଯୋଗୁଁ ୧ ଲକ୍ଷ ୩୦ ହଜାର ୫୨୮ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ପରେ ସ୍ପେନ୍ରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଇଟାଲି ତୃତୀୟ ସ୍ଥାନରେ ରହିଛି। ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାର୍ଚ୍ଚ ୧୩ରୁ କମିଥିଲେ ମଧ୍ୟ ଏଠାରେ ଦୈନିକ ମୃତ୍ୟୁସଂଖ୍ୟା ଅଧିକ ରହୁଛି। କରୋନା ଯୋଗୁଁ ବିଶ୍ବରେ ଅଧିକ ପ୍ରଭାବିତ ହୋଇଥିବା ଚତୁର୍ଥ ଦେଶ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୩ ହଜାର ୧୫୪ ରହିଛି।
କୋଭିଡ୍ -୧୯: ୯୩ ଦିନରେ ପ୍ରଥମ ୧୦ ଲକ୍ଷ ମାମଲା, ଦ୍ବିତୀୟ ୧୦ ଲକ୍ଷ ପାଇଁ ମାତ୍ର ୧୩ ଦିନ
/sambad/media/post_attachments/wp-content/uploads/2020/04/Corona-Positive-VCU-News.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)