ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଠାରୁ ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮ରେ ପହଞ୍ଚିଛି।
ଶନିବାର ସକାଳ ସୁଦ୍ଧା ଭାରତରେ ଆଉ ୮ଟି ନୂଆ କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜସ୍ଥାନର।
ରାଜସ୍ଥାନର ଭିଲୱାରାରେ ୫ଟି ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ଜୟପୁରରେ ଜଣେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜସ୍ଥାନରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଥିବା କଥା ରାଜସ୍ଥାନର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।
Image Source: Hindustan Timesଗୁଜରାଟର ବଡ଼ଦୋରା ଅଞ୍ଚଳରେ ଜଣେ ନୂଆ କରୋନାଭାଇରସ୍ ଆକ୍ରାନ୍ତଙ୍କ ମାମଲା ଆସିଛି। ୫୨ ବର୍ଷିୟ ଏହି ବ୍ୟକ୍ତିଜଣକ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ଏହାକୁ ମିଶାଇ ଗୁଜରାଟରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।
ଆଜିର ନୂଆ ଆକ୍ରାନ୍ତ ତାଲିକାରେ ଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ପଞ୍ଜାବର ବାସିନ୍ଦା। ସେ ଇଂଲଣ୍ଡ ଯାଇଥିଲେ। ତାଙ୍କୁ ମିଶାଇ ପଞ୍ଜାବରେ କରୋନାଆକ୍ରାନ୍ତଙ୍କ ସଂଖ୍ୟ ୪ରେ ପହଞ୍ଚିଛି।
ଏ ପର୍ଯ୍ୟନ୍ତ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଭାରତରେ ଚାରିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମଗ୍ର ବିଶ୍ବରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Corona-Positive-in-India_Thumbnail-1.jpg)