ଆର୍ଥିକ ପ୍ୟାକେଜ୍‌ ନଥିବାରୁ ସୋନିଆଙ୍କ ଉଦ୍‌ବେଗ, ଦେଶର ରୋଡମ୍ୟାପ୍‌ କ’ଣ: କଂଗ୍ରେସ

ନୂଆଦିଲ୍ଲୀ: କରୋନାକାଳୀନ ଲକ୍‌ଡାଉନ୍‌ ପରିସ୍ଥିତିରେ ଦେଶର ତଳମୁହାଁ ଅର୍ଥନୀତିକୁ ସୁଧାରିବାକୁ ଚିନ୍ତା ନକରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା କେବଳ ଶସ୍ତା ଲୋକପ୍ରିୟତା ସାଉଁଟିବାର ଏକ ଫିକର ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧି କ୍ଷୋଭ ପ୍ରକାଶ କରିଛନ୍ତି। ଉଜୁଡ଼ା ଅର୍ଥନୀତିକୁ ପୁନରୁଦ୍ଧାର କରିବାର ଆର୍ଥିକ ପ୍ୟାକେଜ୍‌ କ’ଣ ଅଛି ଅଥବା ସେଥିପାଇଁ ଦୃଢ଼ ପଦକ୍ଷେପ କ’ଣ ଅଛି, ତାହା ଉପରେ ପଦଟିଏ ବି ମୋଦୀ କହୁଛନ୍ତି। ସେହିଭଳି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂରଜେୱାଲା ପଚାରିଛନ୍ତି ଯେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଦେଶର ରୋଡ୍‌ମ୍ୟାପ୍‌ କ’ଣ? ନେତୃତ୍ୱରେ ମାନେ ନୁହେଁ କେବଳ ଲୋକଙ୍କର ଦାୟିତ୍ୱ କ’ଣ ତାହାକୁ ଲୋକଙ୍କ ଭିତରେ ଅନୁଭବ କରାଇବା; ବରଂ ଦେଶର ଲୋକଙ୍କ ପ୍ରତି ସରକାରଙ୍କର ଉତ୍ତରଦାୟିତ୍ୱ ପ୍ରତିପାଦନ ପାଇଁ ସରକାରଙ୍କର କର୍ତ୍ତବ୍ୟ କ’ଣ ଅଛି ତାହା ମଧ୍ୟ ପୂରଣ ହେବା ଦରକାର। ଏଣେ ବରିଷ୍ଠ କଂଗ୍ରେସ ନେତା ପି, ଚିଦମ୍ବରମ୍‌ କହିଛନ୍ତି, ଗରିବକୁ ୨୧+୧୯ ଦିନ ଲକ୍‌ଡାଉନରେ ପଡ଼ିରହିବାକୁ ଛାଡ଼ିଦିଆଯାଇଛି ଏବଂ ଖାଦ୍ୟ ବ୍ୟବସ୍ଥା ନାହିଁ। ସେଠାରେ ଟଙ୍କା ଅଛି, ଖାଦ୍ୟ ଅଛି। କିନ୍ତୁ ସରକାର କିଛି ବି ଛାଡିବ ନାହିଁ। ସୂଚନାଯୋଗ୍ୟ ଯେ ଆଜି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କଲେ ଯେ ଲକ୍‌ଡାଉନ୍‌ ମେ ୩ ପର୍ଯ୍ୟନ୍ତ ସଂପ୍ରସାରିତ ହେଲା। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନେ ମାଗିଥିବା ଟଙ୍କା ଯୋଗାଇଦେବା ଉପରେ ପ୍ରଧାନମନ୍ତ୍ରୀ ନୀରବ ଅଛନ୍ତି।

ସମ୍ବନ୍ଧିତ ଖବର