ତିରୁଅନନ୍ତପୁରମ୍: ଦେଶରେ ଦେଖାଦେଇଥିବା କୋଭିଡ୍-୧୯ ସଙ୍କଟ ଅଦ୍ୟବଧି ଦୂର ହୋଇନାହିଁ। ଏ ପରିସ୍ଥିତରେ କାୟାବିସ୍ତାର କରିବାକୁ ଆରମ୍ଭ କରିଥିବା କୋଭିଡ୍ର ତୃତୀୟ ଲହର ଅଧିକ ବିପଜ୍ଜନକ ବୋଲି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର) ମହାନିର୍ଦ୍ଦେଶକ ଶେଖର ସି ମାଣ୍ଡେ ଚେତାବନୀ ଦେଇଛନ୍ତି।
ତିରୁଅନନ୍ତପୁରମ୍ ଠାରେ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଦ୍ୱାରା ଆୟୋଜିତ ଏକ ସେମିନାରରେ ଅଂଶଗ୍ରହଣ କରିବା ଅବସରରେ ସିଏସ୍ଆଇଆର ମହାନିର୍ଦ୍ଦେଶକ ଶେଖର ମାଣ୍ଡେ ଦେଶବାସୀଙ୍କୁ ଚେତାବନୀ ଦେଇ କହଛନ୍ତି ଯେ କୋଭିଡ-୧୯ ସଙ୍କଟ ଦୂର ହୋଇ ନାହିଁ ଏବଂ ଏ ପରିସ୍ଥିତିରେ ତୃତୀୟ ଲହର କାୟା ବିସ୍ତାର କରିବାକୁ ଆରମ୍ଭ କରିଛି। ଏ ପରିସ୍ଥିତିରେ ଆମେ ଯଦି ଆମର ସୁରକ୍ଷା ବ୍ୟବସ୍ଥାକୁ ସାମାନ୍ୟ ହ୍ରାସ ବା ଢ଼ିଲା କରିଦେବା; ତେବେ ଆମକୁ ଗୁରୁତର ପରିଣାମ ଭୋଗ କରିବା ପାଇଁ ପଡ଼ିବ।
ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ଭାରତର କୌଣସି ସ୍ଥାନରେ ଗୋଷ୍ଠୀ ପ୍ରତିରୋଧକତା (ହର୍ଡ ଇମ୍ୟୁନିଟି) ହାସଲ କରିବାର ସମ୍ଭାବନା ନାହିଁ। ତେଣୁ, ଲୋକମାନେ ମାସ୍କ ପିନ୍ଧିବା ଏବଂ ଭାଇରସ୍ ଦ୍ୱାରା ସଂକ୍ରମିତ ନ ହେବା ପାଇଁ ସାମାଜିକ ଦୂରତା ଏବଂ ହାତର ସ୍ୱଚ୍ଛତା ବଜାୟ ରଖିବା ଉଚିତ୍। ଲୋକମାନଙ୍କୁ ତଥା ବିଶେଷଜ୍ଞ ସମୁଦାୟକୁ ଆତ୍ମସନ୍ତୋଷ ସୃଷ୍ଟି କରିବାକୁ ଅନୁମତି ନ ଦେବାକୁ ଚେତାବନୀ ଦେଇ ସେ କହିଛନ୍ତି ଯେ ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ ଅପେକ୍ଷା ଆସୁଥିବା ଏହି ତୃତୀୟ ଲହର ଅଧିକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ। ତେଣୁ, ସମସ୍ତେ ଏହାକୁ ହୃଦୟଙ୍ଗମ କରି ଏବେଠାରୁ ସତର୍କ ଓ ସଚେତନ ରହିଲେ ହିଁ ସମସ୍ତଙ୍କ ପାଇଁ ମଙ୍ଗଳପ୍ରଦ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/3rd-Layer-01_Thumb.jpg)