ଦେଶରେ କୋଭିଡ୍ ମୃତକଙ୍କ ହାରାହାରି ବୟସ ୬୦ ବର୍ଷ

ନୂଆଦିଲ୍ଲୀ : ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଥିବା ବେଳେ ମୃତକଙ୍କ ହାରାହାରି ବୟସ ୬୦ ବର୍ଷ ବୋଲି ପରିସଂଖ୍ୟାନ କହୁଛିା ଅପରପକ୍ଷେ, ଇଟାଲୀରେ ଏହି କରୋନା ମୃତକଙ୍କ ହାରାହାରି ବୟସ ପାଖାପାଖି ୮୦ ବର୍ଷ ରହିଛିା ଭାରତରେ ଯୁବକଙ୍କ ସଂଖ୍ୟା ଇଟାଲୀ ପରି ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ର ତୁଳନାରେ ଅପେକ୍ଷାକୃତ ଅଧିକ ରହିଥିବାରୁ ଏପରି ସ୍ଥିତି ହୋଇଥିବା ଜଣାଯାଇଛିା ଅନ୍ୟ ଏକ ପରିସଂଖ୍ୟାନ ଅନୁଯାୟୀ, ଅଧିକାଂଶ କରୋନା ମୃତକଙ୍କଠାରେ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପ ରୋଗ ମଧ୍ୟ ଅନ୍ୟତମ ଅସୁସ୍ଥତାର କାରଣ ସାଜିଥିଲାା

ସମ୍ବନ୍ଧିତ ଖବର