ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ଜନିତ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ସମ୍ପ୍ରତି ଦେଶରେ ମୃତ୍ୟୁହାର ହେଉଛି ୨. ୪୯% ଏବଂ ଏହି ହାର ବିଶ୍ବରେ ସର୍ବନିମ୍ନ ବୋଲି ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।
ଏକ ମାସ ପୂର୍ବରୁ ଦେଶରେ ୨. ୮୨% ଥିବା କୋଭିଡ୍-୧୯ ସଂକ୍ରମଣଜନିତ ମୃତ୍ୟୁହାର ଜୁଲାଇ ୧୦ ତାରିଖ ବେଳକୁ ୨. ୭୨% ହ୍ରାସ ପାଇବା ପରେ ଏବେ ଆହୁରି ହ୍ରାସ ପାଇଁ ୨. ୪୯%ରେ ପହଞ୍ଚିଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଜାତୀୟସ୍ତର ଠାରୁ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ‘କେସ୍ ଫାଟାଲିଟି ରେଟ୍’ ନିମ୍ନରେ ରହିଛି। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେସ୍ ଫାଟାଲିଟି ରେଟ୍’ ୧%ରୁ କମ୍ ଥିବା ବେଳେ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ‘୦%’ ରହିଛି।
/sambad/media/post_attachments/wp-content/uploads/2020/07/fatal.jpg)
ଚିକିତ୍ସାଧୀନ ସଂକ୍ରମିତଙ୍କ କ୍ଷେତ୍ରରେ ଦକ୍ଷ ନୈଦାନିକ ପରିଚାଳନାରେ କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଧ୍ୟାନକେନ୍ଦ୍ରିକ ଉଦ୍ୟମ ଯୋଗୁଁ ଭାତରେ ମୃତ୍ୟୁହାର ୨.୫% ତଳକୁ ଖସି ଆସିଛି ବୋଲି ମନ୍ତ୍ରାଳୟ କହିଛି।
ଫଳପ୍ରଦ କଣ୍ଟେନ୍ମେଣ୍ଟ୍ ନୀତି, ବ୍ୟାପକ ପରୀକ୍ଷା ଏବଂ ଉନ୍ନତ ମାନର ନୈଦାନି ପରିଚାଳନା ଯୋଗୁଁ ‘କେସ୍ ଫାଟାଲିଟି ରେଟ୍’ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି।