ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହେଉଥିବା ହିଂସାକୁ ବନ୍ଦ କରିବା ପାଇଁ ତୁରନ୍ତ ଆଇନ ପ୍ରଣୟନ କରାନଗଲେ ଏପ୍ରିଲ ୨୩କୁ ‘କଳା ଦିବସ’ ଘୋଷଣା କରିବ ଆଇଏମଏ

ନୂଆଦିଲ୍ଲୀ: ସୋମବାର ଦିନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍(ଆଇଏମଏ) ସାରା ଦେଶରେ ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲଙ୍କ ପ୍ରତି ହେଉଥିବା ହିଂସା ତଥା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛି। ସାରା ଦେଶରେ ଡାକ୍ତର ଏବଂ ଡାକ୍ତରଖାନା ପ୍ରତି ହେଉଥିବା ହିଂସା ଉପରେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଆଇଏମଏ କେନ୍ଦ୍ରକୁ କହିଛି।

“ନିରାପଦ କାର୍ଯ୍ୟକ୍ଷେତ୍ର ପାଇଁ ଆମର ଆଇନଗତ ଆବଶ୍ୟକତା ପୂରଣ କରିବାକୁ ପଡିବ | ଦୁର୍ବ୍ୟବହାର ଏବଂ ହିଂସା ତୁରନ୍ତ ବନ୍ଦ ହେବା ଉଚିତ୍ | ହିଂସା ଏବଂ ଅତ୍ୟାଚାର ବିରୋଧରେ ବିରୋଧ ତଥା ସଚେତନତା ପାଇଁ ଏପ୍ରିଲ୍ ୨୨ ରାତି ୯ ଟାରେ ସାରା ଦେଶରେ ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲମାନେ ମହମବତୀ ଜାଳିବେ। ଆଇଏମଏ ଏହାକୁ ଦେଶ ପାଇଁ ‘ହ୍ୱାଇଟ ଆଲର୍ଟ’ ବୋଲି କହିଛି। ଏହା ସହ ଯଦି ଡାକ୍ତର ଏବଂ ଡାକ୍ତରଖାନା ଉପରେ ହେଉଥିବା ହିଂସା ଉପରେ ସରକାର କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାରେ ବିଫଳ ହୁଅନ୍ତି ତେବେ ସାରା ଦେଶରେ ଡାକ୍ତରମାନେ ଏପ୍ରିଲ ୨୩ରେ କଳା ବ୍ୟାଜ ପିନ୍ଧି କାମ କରିବେ ଏବଂ ଏହାକୁ ‘କଳା ଦିବସ’ ଘୋଷଣା କରାଯିବ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି।

As cases of violence against health care professionals increase, doctors’ associations have urged the central government to formulate more stringent laws.
hindustantimes

“ଦେଶରେ ଡାକ୍ତରମାନଙ୍କ ପ୍ରତି ହିଂସା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇଏମଏ ଅତ୍ୟଧିକ ସଂଯମତା ଏବଂ ଧେର୍ଯ୍ୟର ସହ କାମ କରି ଆସିଛି | ଡାକ୍ତରମାନଙ୍କୁ ଦୁର୍ବ୍ୟବହାର, ମାଡ଼ ମାରିବା, ଘରକୁ ପ୍ରବେଶ କରାଇ ନଦେବା ସହ ଡାକ୍ତରଙ୍କ ଶବଦାହ ପାଇଁ ମଧ୍ୟ ଲୋକ ବିରୋଧ କରିବା ପରେ ଏହି ହିଂସାକୁ ଆଉ ଅଧିକ ସହ୍ୟ କରାଯାଇ ପାରିବ ନାହିଁ ବୋଲି ଆଇଏମଏ  ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

ସୂଚନା ମୁତାବକ, ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତର କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରିବା ପରେ ଚେନ୍ନାଇ ଅଞ୍ଚଳର ବାସିନ୍ଦା ସଂକ୍ରମଣ ହେବାର ଆଶଙ୍କା ଥିବା କହି ଶବଦାହକୁ ବିରୋଧ କରିଥିଲେ | ପ୍ରତିରୋଧ ପରେ ଡାକ୍ତରଙ୍କ ମୃତଦେହକୁ ଡାକ୍ତରଖାନାର ଶବଗୃହକୁ ନିଆଯାଇଥିଲା ଏବଂ ପରେ ଅନ୍ୟ ଏକ ସ୍ଥାନରେ ଶବଦାହ କରାଯାଇଥିଲା। ଏହାର ଏକ ସପ୍ତାହ  ପୂର୍ବରୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଜାତୀୟ ରାଜଧାନୀ ତଥା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଅନ୍ୟ ରାଜ୍ୟରେ ଥିବା  ହସ୍ପିଟାଲର ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର