ନୂଆଦିଲ୍ଲୀ: ଦେଶରେ ବଢ଼ିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୦, ୫୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୮,୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆହୁର ୨୦୦୦ରୁ ଅଧିକ ସଂକ୍ରମିତ ସଂଖ୍ୟା ରେକର୍ଡ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ୧,୪୬, ୩୨୩ରେ ପହଞ୍ଚିଛି।
କରୋନାରେ ଆଉ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୨୬, ୨୧୧ରେ ପହଞ୍ଚିଛି। ଦୈନିକ କରୋନା ପଜିଟିଭ୍ ହାର ୪.୩୧ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୪.୫୭ ପ୍ରତିଶତ ରେକର୍ଡ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରାପ୍ତ ସୂଚନାନୁସାରେ ଦେଶରେ ଏବେ ସୁଦ୍ଧା ୨,୦୩,୨୧,୮୨, ୩୪୭ ଜଣ ଟିକା ନେଇ ସାରିଲେଣି। ଗତକାଲି ୧୮,୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଥିଲା ୫୭।
ବିଶ୍ବରେ କରୋନା ମହାମାରୀ ଏବେ ୩ୟ ବର୍ଷରେ ପ୍ରବେଶ କରିଛି । ୨୦୧୯ରେ ଚୀନରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ସମଗ୍ର ମାନବଜାତି ପାଇଁ ଏକ ବଡ଼ ସଂକଟ ଆଣିଦେଇଥିଲା । ଏହା ସତ୍ତ୍ବେ କେଉଁଠୁ ଓ କିପରି ଏହି ସଂକ୍ରମଣ ଆରମ୍ଭ ହେଲା ତାହାକୁ ନେଇ ଏବେ ବି କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/b72a7516-381d-4f94-8476-39ff61d064d8.jpg)