କରୋନା କାଳରେ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଭାରତ ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଛି । ଦ୍ବିପାକ୍ଷିକ ଭିତ୍ତିରେ ନୁହେଁ ବରଂ ଅନ୍ତର୍ଜାତୀୟ ଟିକା ଏବଂ ପ୍ରତିରକ୍ଷା ଗଠବନ୍ଧନ (ଜିଏଭିଆଇ) ଆଧାରରେ ଭାରତ ପାକିସ୍ତାନକୁ ୪ କୋଟି ୫୦ ଲକ୍ଷ  ଟିକା ଯୋଗାଇଦେବ। ପ୍ରଥମ ପର୍ଯ୍ୟାୟରେ ୧.୬ କୋଟି ଟିକା ପହଞ୍ଚା ଯିବାର ଯୋଜନା ରହିଛି।

ଭାରତ ଏଯାବତ ତିନିଟି ଶ୍ରେଣୀରେ ୬୫ଟି ଦେଶକୁ ଟିକା ପଠାଇବାରେ ସାହାଯ୍ୟ କରିଛି। ପାକିସ୍ତାନକୁ ଛାଡ଼ି ଦେଲେ ଭାରତର ସମସ୍ତ ପଡୋଶୀ ଦେଶକୁ କରୋନା ଟିକା ମିଳି ସାରିଛି। ଆଫଗାନିସ୍ଥାନ, ମାଲଦୀପ, ନେପାଳ ଓ ପଶ୍ଚିମବଙ୍ଗ ‘ମେଡ ଇନ ଇଣ୍ଡିଆ’ ଟିକାର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି।

Pakistan to receive 45 million 'Made in India' Covid-19 vaccines under Gavi alliance

ମହାମାରୀ ସମୟରେ ଅର୍ଥାତ ଗତବର୍ଷ ଜିଏଭିଆଇ ଗଠବନ୍ଧନ ପାକିସ୍ତାନ ସମେତ ପାଖାପାଖି ୧୯୦ଟି ଦେଶ ୨୦ପ୍ରତିଶତ ଜନବସତିକୁ ଟିକା ଯୋଗାଇବ ବୋଲି ଆଲୋଚନା ହୋଇଥିଲା।

ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ବାରା ବିକଶିତ କୋଭିସିଲଡର ୪୫ମିଲିୟନ ଟିକା ଭାରତରୁ ପାକିସ୍ତାନ ପଠାଯିବ। ଏହି ବର୍ଷ ଜୁନ୍ ସୁଦ୍ଧା ଟିକା ମିଳିଯିବ ବୋଲି ପାକିସ୍ତାନ ସଚିବ ଖ୍ବାଜା କହିଛନ୍ତି । ଏଯାବତ କରୋନା ସଂକ୍ରମିତ ୫.୯୫ ଲକ୍ଷ ମାମଲା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର