କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏବେ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ହାର ବଢ଼ି ଚାଲିଛି

ନୂଆଦିଲ୍ଲୀ: ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଏବେ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ହାର ବୃଦ୍ଧି ପାଉଛି। ଚଳିତ ମାସ ପ୍ରାରମ୍ଭରେ ବର୍ଦ୍ଧିତ ପଜିଟିଭ୍‌ ହାରରେ ସାମାନ୍ୟ ହ୍ରାସ ପାଇଥିଲେ ବି ୧୩ରୁ ୨୬ ତାରିଖ ମଧ୍ୟରେ ପୁନଶ୍ଚ ପଜିଟିଭ୍‌ ହାର ୧୦%ରେ ପହଞ୍ଚିଛି। ସେଠାରେ ନଭେମ୍ବର ୩୦ ରୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ପଜିଟିଭ୍‌ ହାର ଥିଲା ୯.୪%।

୧୪ ଦିନ ସମୟ ମଧ୍ୟରେ ପଜିଟିଭ୍‌ ହାର ୫%ରୁ ଅଧିକ ରହୁଥିବା ରାଜ୍ୟକୁ ରେଡ୍‌ ଜୋନ୍‌ ବୋଲି ବିବେଚନା କରାଯାଏ। କେରଳ ବ୍ୟତୀତ, ୫%ରୁ ଅଧିକ ପଜିଟିଭ୍‌ ହାର ଥିବା ରାଜ୍ୟ ହେଉଛି ଗୋଆ। ଗୋଆରେ ପଜିଟିଭ୍‌ ହାର ୬% ରହିଛି। କିନ୍ତୁ, ୧୪ ଦିନ ପୂର୍ବେ ସେଠାରେ ପଜିଟିଭ୍‌ ହାର ଥିଲା ୬.୪%।

Image Courtesy of MIT Technology Review

ସେହିଭଳି, ନଭେମ୍ବର ୩୦ରୁ ଡିସେମ୍ବର ୧୩ ମଧ୍ୟରେ ୩% ଥିବା ସର୍ବଭାରତୀୟ ପଜିଟିଭ୍‌ ହାର ମଧ୍ୟ ଡିସେମ୍ବର ୧୩ରୁ ଡିସେମ୍ବର ୨୬ ମଧ୍ୟରେ ୨.୨%କୁ ହ୍ରାସ ପାଇଛି।

ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନ ଆଦି ରାଜ୍ୟ ମଧ୍ୟ ପଜିଟିଭ୍‌ ହାର ୫% ତଳକୁ ଖସାଇବାରେ ସମର୍ଥ ହୋଇଛନ୍ତି। ଗତ ୧୪ ଦିନ ତଳେ ସେମାନେ ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ ଥିଲେ। ଏହାଛଡ଼ା, ଦିଲ୍ଲୀରେ ପଜିଟିଭ୍‌ ହାର ୧.୪%, ଗୁଜରାଟରେ ୧.୮% ଏବଂ ତାମିଲନାଡୁରେ ୧.୫% ରହିଥିବା ଜଣାପଡ଼ିଛି।

ସେହିଭଳି, ଉତ୍ତର ପ୍ରଦେଶ, ଆସାମ ଏବଂ ବିହାରରେ ପଜିଟିଭ୍‌ ହାର ୧% ତଳେ ରହିଛି।

ସମ୍ବନ୍ଧିତ ଖବର