ଶୁଭ ସଙ୍କେତ! ଭାରତରେ କରୋନାର ପ୍ରଭାବ ଷ୍ଟେଜ୍‌-୨ରେ ସୀମିତ; ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୨ଟା ସୁଦ୍ଧା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଏହା ବୃଦ୍ଧି ପାଇ ୧୩୭ରେ ପହଞ୍ଚିଛି। ଏଥିସହ ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ପୁଣେରେ ଜଣେ ନୂତନ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ କେବଳ ମାତ୍ର ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ସେହିପରି କରୋନା ଭାଇରସ୍‌ (କୋଭିଡ୍‌-୧୯)ରେ ଆକ୍ରାନ୍ତ ଥାଇ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜନୈକା ୬୩ ବର୍ଷ ବୟସ୍କା ମହିଳାଙ୍କର ଆଜି ମୃତ୍ୟୁ ଘଟିବା ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି।

ସେହିପରି ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ରାଷ୍ଟ୍ରକୁ କରୋନା ଆକ୍ରାନ୍ତ କରିଥିବା ଜାଣିବାକୁ ମିଳିଛି। ଏଥିସହ ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କ ସଂଖ୍ୟା ଆଜି ୧,୮୩,୧୧୬କୁ ବୃଦ୍ଧି ପାଇଛି। କରୋନା ଦ୍ୱାରା ଚୀନ୍‌, ଇରାନ୍‌, ଇଟାଲୀ, ସ୍ପେନ୍‌ ଓ ଦକ୍ଷିଣ କୋରିଆ ଗଭୀର ଭାବେ ପ୍ରଭାବିତ ହୋଇଥିବା ବେଳେ ବିଶ୍ୱବ୍ୟାପୀ କରୋନାରେ ଏଯାବତ୍‌ ୭,୦୦୦ ଲୋକ ପ୍ରାଣ ହରାଇ ସାରିଲେଣି।

News Nation

ତେବେ, ଭାରତ ପାଇଁ ଆଶ୍ୱାସନାର ବିଷୟ ହେଲା ଯେ ଏଯଯାବତ୍‌ ମହାମାରୀ କରୋନାର ପ୍ରଭାବ ଦେଶରେ ଷ୍ଟେଜ୍‌-୨ ବା ଦ୍ୱିତୀୟ ସ୍ତରରେ ରହିଛି। ଏହା ଷ୍ଟେଜ୍‌-୩ ବା ତୃତୀୟ ସ୍ତରରେ ପହଞ୍ଚି ନାହିଁ। ଏଘୋଷଣା କରିଛନ୍ତି, ଭାରତୀୟ ଭେଷଜ ଗବେଷଣା ପରିଷଦ (ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ/ ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ବଲରାମ ଭାର୍ଗବ।

କାରଣ, ଏ ଯାବତ୍‌ ଦେଶରେ ଯେତୋଟି କରୋନା ଆକ୍ରାନ୍ତକୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ବିଦେଶରୁ ହିଁ ଭାରତକୁ ଆସିଥିଲେ। ଆଉ ଯେଉଁ ସ୍ୱଳ୍ପ କେତେକ ସ୍ୱଦେଶୀ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ତାଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଦେଶର ଗୋଷ୍ଠୀ ସମାଜ ମଧ୍ୟରୁ ଏଯାବତ୍‌ ଜଣେ ହେଲେ ବି କରୋନା ଭାଇରସ୍‌ ବା କୋଭିଡ୍‌- ୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ନାହିଁ। ଏପରିସ୍ଥିତିରେ, ଭାରତ ସରକାର ଦେଶର ସୀମାକୁ ଏକ ରକମର ସିଲ୍‌ କରି ପକାଇବା ସହ ସମସ୍ତ ବିଦେଶ ଫେରନ୍ତା ଭାରତୀୟ ଓ ଭାରତ ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବିଦେଶୀ ନାଗରିକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।

Today News

ଯାହାଫଳରେ ମହାମାରୀ କରୋନାର ପ୍ରଭାବ ଦେଶରେ ଷ୍ଟେଜ୍‌-୩ ବା ତୃତୀୟ ସ୍ତରକୁ ନ ଯାଇ ଷ୍ଟେଜ୍‌-୨ ବା ଦ୍ୱିତୀୟ ସ୍ତରରେ ହିଁ ସୀମିତ ରହିଛି। ଏପରିସ୍ଥିତିରେ ଦେଶବାସୀ ଯଦି ଆତଙ୍କିତ କିମ୍ବା ଭୟଭୀତ ନହୋଇ କରୋନା ଭାଇରସ୍‌ (କୋଭିଡ୍‌-୧୯)ର ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରିବେ, ତେବେ ସେଥିରେ ସେମାନେ ନିଶ୍ଚିତ ରୂପେ ସଫଳତା ପାଇବେ ବୋଲି କହିଛନ୍ତି, ଆଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ବଲରାମ ଭାର୍ଗବ।

ସମ୍ବନ୍ଧିତ ଖବର