ନୂଆଦିଲ୍ଲୀ: ସୋମବାର ଦିନ ରାଜଧାନୀ ଦିଲ୍ଲୀରେ କରୋନାଭାଇରସ୍ କଣ୍ଟେଣ୍ଟମେଣ୍ଟ ଜୋନ୍ ଅଧୀନରେ ଆସୁ ନଥିବା ଅଞ୍ଚଳରେ ୪୦୦ରୁ ଅଧିକ ମଦ ଦୋକାନ ଖୋଲିବ ବୋଲି ଜଣା ପଡିଛି। ଖୋଲାଯିବାକୁ ଥିବା ମଦ ଦୋକାନ ଗୁଡିକ ସ୍ୱତନ୍ତ୍ର ରହିଥିବାର ସୂଚନା ମିଳିଛି | ଜାତୀୟ ରାଜଧାନୀରେ ଏହିପରି ୪୫୦ଟି ଦୋକାନ ରହିଥିବା ବେଳେ ମାର୍ଚ୍ଚ ୨୨ରୁ ସେଗୁଡିକ ବନ୍ଦ ରହିଥିଲା |
ଦିଲ୍ଲୀ ଅବକାରୀ ବିଭାଗ ଅନୁଯାୟୀ, ଜାତୀୟ ରାଜଧାନୀରେ ମଲ୍ ଏବଂ କଣ୍ଟେନମେଣ୍ଟ ଜୋନକୁ ମିଶାଇ ଜାତୀୟ ରାଜଧାନୀରେ ୫୪୫ମଦ ଦୋକାନ ଅଛି | ସର୍ତ୍ତ ଅନୁଯାୟୀ ସ୍ୱତନ୍ତ୍ର ରହିଥିବା ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ରର ଅନୁମତି ପରେ ଦିଲ୍ଲୀ ସରକାର ଶନିବାର ଦିନ ରାଜଧାନୀରେ ଥିବା ସ୍ୱତନ୍ତ୍ର ମଦ୍ୟପାନ ଦୋକାନର ଏକ ତାଲିକା ମାଗିଥିଲେ । ଏହା ପରେ ଦିଲ୍ଲୀର ଅବକାରୀ ବିଭାଗ ଶନିବାର ଦିନ ଗୃହ ମନ୍ତ୍ରାଳୟର ମାନଦଣ୍ଡ ପୂରଣ କରୁଥିବା ଏଲ-୬ (ସରକାରୀ କ୍ଷେତ୍ରରେ ଭାରତୀୟ ମଦର ଖୁଚୁରା ବିକ୍ରେତା) ଏବଂ ଏଲ-୮ (ସାର୍ବଜନୀନ କ୍ଷେତ୍ରରେ ଦେଶ ମଦର ଖୁଚୁରା ବିକ୍ରେତା) ଦୋକାନର ଏକ ସୂଚୀ ପ୍ରସ୍ତୁତ କରିଥିଲା | ୪୫୦ଟି ମଦ ଦୋକାନ ସ୍ୱତନ୍ତ୍ର ରହିଥିବା ଜଣା ପଡିବା ପରେ ସୋମବାରଠାରୁ ସେଗୁଡିକ ଖୋଲାଯିବ |
ସୂଚନା ମୁତାବକ, ଲକଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଗୃହ ମନ୍ତ୍ରାଳୟ ମଦ ଏବଂ ତମାଖୁ ଦୋକାନକୁ ସବୁଜ ଏବଂ ଅରେଞ୍ଜ ଜୋନରେ ଖୋଲିବାକୁ ଅନୁମତି ଦେଇଥିଲେ |