ନୂଆଦିଲ୍ଲୀ: ପଲିସିଧାରୀମାନେ ମେ ୧୫ ତାରିଖଯାଏଁ ସେମାନଙ୍କର ସ୍ବାସ୍ଥ୍ୟ ଏବଂ ମୋଟର ବୀମା ପଲିସି ନବୀକରଣ କରିପାରିବେ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ଗୁରୁବାର ସକାଳେ ସୀତାରମଣ ଟୁଇଟ୍ କରି ଲେଖିଛନ୍ତି ଯେ କୋଭିଡ୍-୧୯ ଲକ୍ଡାଉନ୍ ସମୟସୀମା ମଧ୍ୟରେ ଯେଉଁମାନଙ୍କର ସ୍ବାସ୍ଥ୍ୟ ଓ ମୋଟର୍ (ଥାର୍ଡ ପାର୍ଟି) ବୀମା ପଲିସ ନବୀକରଣ ତାରିଖ ପଡୁଛି ସେମାନଙ୍କ କଷ୍ଟ ଲାଘବ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।
With a view to mitigate hardship to policyholders whose health & motor (third party) insurance policies are due for renewal during COVID-19 lockdown, Govt. has issued notification allowing policyholders to make payments on or before 15.05.2020 towards renewal of their policies. pic.twitter.com/KauhDvovhf
— NSitharamanOffice (@nsitharamanoffc) April 16, 2020
ପଲିସି ନବୀକରଣ ନିମନ୍ତେ ସମ୍ପୃକ୍ତ ପଲିସିଧାରୀମାନେ ୧୫. ୫. ୨୦୨୦ ଦିନ କିଂବା ତା’ ପୂର୍ବରୁ ଦେୟ ପୈଠ କରିପାରିବେ ବୋଲି ସରକାର ବିଜ୍ଞପ୍ତି ଜାରି କରିଛନ୍ତି।
ମାର୍ଚ ୨୫ ରୁ ମେ ୩ ମଧ୍ୟରେ ଦେୟ ପୈଠ କରିବାକୁ ଥିବା ବୀମା ପଲିସିଗୁଡ଼ିକ ପାଇଁ ଏହି ସମୟସୀମା ପରିବର୍ଦ୍ଧନ କରାଯାଇଛି। ସୀତାରମଣ କହିଛନ୍ତି ଯେ ନିରନ୍ତର ଏବଂ ନିର୍ବିଘ୍ନରେ ଦେୟ ପୈଠ କରିବା ନିମନ୍ତେ ଉପରୋକ୍ତ ଗ୍ରେସ୍ ପିରିୟଡ୍ର ବ୍ୟବସ୍ଥା କରାଯାଇଛି।